ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ଝାରସୁଗୁଡା, (୨୭/୦୨) : ଜଳିଗଲା ୧୫ହଜାରରୁ ଅଧିକ ଗଛ । ଏପରି ଗୋଟିଏ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ସହର ନିକଟସ୍ଥ ମାଳିମୁଣ୍ତାରେ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ । କେହି ଜଣେ ଦୃବୁର୍ତ୍ତ ନିଆଁ ଲଗାଇଦେଇଥିବା ଅନୁମାନ କରୁଛି ବନବିଭାଗ । ଇକୋ ପାର୍କରେ ୨୦୧୭ରୁ ୨୦୨୧ ମଧ୍ୟରେ ଲାଗିଥିଲା ଏହି ୧୫ ହଜାର ଗଛ । ପରବର୍ତ୍ତୀ ସମୟରେ ଏହିଭଳି ପାଖାପାଖି ଆଉ ୭ ହଜାର ଗଛ ଲଗାଇ ଥିଲା ବନ ବିଭାଗ । ଗତ ସପ୍ତାହକ ମଧ୍ୟରେ ୩ ଥର ନିଆଁ ଲାଗି ପ୍ରାୟ ୧୫ହଜାର ଗଛ ପୋଡି ନଷ୍ଟ ହୋଇଛି । ଏଥିରେ ବଡ଼ ବଡ଼ ଆମ୍ବ, ଲିମ୍ବ, ଶିଶୁ, ଶାଗୁଆନ ଭଳି ଗଛ ପୋଡି ଯାଇଥିଲା ବେଳେ ହଜାର ହଜାର ଗଛର ପତ୍ର ଓ ଡାଳ ପୋଡି ଯାଇଥିଲା । ଫଳରେ ଏହି ଗଛ ବଞ୍ଚିବା ଆଶା ମଧ୍ୟ କ୍ଷୀଣ ।