ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // କୋଣାର୍କ, (୧୪/୦୨) : ସ୍ବର୍ଗତ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ଆସନ୍ତା ୧୯ ତାରିଖ ସଂଧ୍ୟାରେ କୋଣାର୍କ ୩୯ ତମ ନୃତ୍ୟ ସଙ୍ଗୀତ ଉତ୍ସବ-୨୦୨୫ ଅନୁଷ୍ଠିତ ହେବ । ଏହି ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଉତ୍ସବରେ ପ୍ରଥମେ ଡିମିରିଶେଣାର ବାବା ବାଲୁଙ୍କେଶ୍ୱର ଘଣ୍ଟ ମର୍ଦ୍ଦଳ ଦଳଙ୍କ ପକ୍ଷରୁ ଘଣ୍ଟ ମର୍ଦ୍ଦଳ ପରିବେଷଣ କରାଯିବ । ତାପରେ କୋଣାର୍କ ନାଟ୍ୟ ମଣ୍ଡପର କଳାକାର ମାନଙ୍କ ଦ୍ଵାରା ପଞ୍ଚଦେବସ୍ତୁତୀ ପରିବେଶ କରାଯିବ । ପରେ ପରେ ନିମାପଡ଼ାର ନୃତ୍ୟଳୟା ଡାନ୍ସ ଏକାଡେମୀ ଏବଂ କୋଣାର୍କ ନାଟ୍ୟ ମଣ୍ଡପ କଳା କାର ମାନଙ୍କ ଦ୍ବାରା ଗୁରୁ ଗଙ୍ଗାଧର ବନ୍ଦନା ପରିବେଷଣ କରାଯିବ ।