Dailyhunt
୧୯ରେ କୋଣାର୍କ ନୃତ୍ୟ ସଙ୍ଗୀତ ଉତ୍ସବ

୧୯ରେ କୋଣାର୍କ ନୃତ୍ୟ ସଙ୍ଗୀତ ଉତ୍ସବ

ODISHA NEWS 1 year ago

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 
କୋଣାର୍କ, (୧୪/୦୨) : ସ୍ବର୍ଗତ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ଆସନ୍ତା ୧୯ ତାରିଖ ସଂଧ୍ୟାରେ କୋଣାର୍କ ୩୯ ତମ ନୃତ୍ୟ ସଙ୍ଗୀତ ଉତ୍ସବ-୨୦୨୫ ଅନୁଷ୍ଠିତ ହେବ ।

 

ଏହି ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ଉତ୍ସବରେ ପ୍ରଥମେ ଡିମିରିଶେଣାର ବାବା ବାଲୁଙ୍କେଶ୍ୱର ଘଣ୍ଟ ମର୍ଦ୍ଦଳ ଦଳଙ୍କ ପକ୍ଷରୁ ଘଣ୍ଟ ମର୍ଦ୍ଦଳ ପରିବେଷଣ କରାଯିବ । ତାପରେ କୋଣାର୍କ ନାଟ୍ୟ ମଣ୍ଡପର କଳାକାର ମାନଙ୍କ ଦ୍ଵାରା ପଞ୍ଚଦେବସ୍ତୁତୀ  ପରିବେଶ କରାଯିବ । ପରେ ପରେ ନିମାପଡ଼ାର ନୃତ୍ୟଳୟା ଡାନ୍ସ ଏକାଡେମୀ  ଏବଂ କୋଣାର୍କ ନାଟ୍ୟ ମଣ୍ଡପ କଳା କାର ମାନଙ୍କ ଦ୍ବାରା ଗୁରୁ ଗଙ୍ଗାଧର ବନ୍ଦନା ପରିବେଷଣ କରାଯିବ ।

ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ସାଂସ୍କୃତିକ ସଂଧ୍ୟାର ପ୍ରଥମ ଚରଣରେ ଭୁବନେଶ୍ୱରର ବାଦ୍ୟବାଣୀ ଗୁରୁକୁଳ ପକ୍ଷରୁ ଗୁରୁ ଧନେଶ୍ଵର ସ୍ବାଇଁ ଏବଂ ସାଥୀଙ୍କ ଦ୍ୱାରା ମର୍ଦ୍ଦଳ ବାଦନ କରାଯିବ । ଦ୍ବିତୀୟ ଚରଣରେ କୋଲକତାର ସଙ୍କଳପ ନୃତ୍ୟୟନ ପକ୍ଷରୁ ଶ୍ରୀ ଶୁବିକାଶ୍ ମୂଖାର୍ଜୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ । 

ଅନ୍ତିମ ଚରଣରେ ରଘୁରାଜପୁରର ଦଶଭୂଜା ଗୋଟିପୁଅ ନୃତ୍ୟ ଗୃପ୍ ପକ୍ଷରୁ ଗୋଟିପୁଅ ନୃତ୍ୟ ପରିବେଷଣ କରାଯିବ । ଏତଦବ୍ୟତୀତ ଦିନ ବେଳା କୋଣାର୍କ ସାହିତ୍ୟ ଉତ୍ସବ ପକ୍ଷରୁ ସାହିତ୍ୟ ଆସର ପୂର୍ବାହ୍ନ ୧୦ ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଆୟୋଜିତ ହୋଇବ । ଏସମ୍ପର୍କରେ ଆଜି କୋଣାର୍କ ନାଟ୍ୟ ମଣ୍ଡପ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ପ୍ରଦାନ କରାଯାଇଛି । ଏ‌ହି ସାମ୍ବାଦିକ ସମ୍ମିଳନୀରେ କୋଣାର୍କ ନାଟ୍ୟ ମଣ୍ଡପର ସମ୍ପାଦକ ଶିବାଶିଷ ପ୍ରଧାନ, ମାର୍ଗଶକ ଉମେଶ ଚନ୍ଦ୍ର ସ୍ବାଇଁ, ବରିଷ୍ଠ ଗୋଟିପୁଅ ସଙ୍ଗୀତ ଗୁରୁ ଜୟକୃଷ୍ଣ ନାୟକ, ଉପସଭାପତି ଡଃ ରମଣିରଞ୍ଜନ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS