ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // କେନ୍ଦ୍ରାପଡା, (୧୫/୦୧) : ଆଜିଠୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନାକୁ ଦୃଷ୍ଟିରେ ରଖି ଆଜିଠୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା । ଏହାସହିତ ନଦୀ ଜଳ ସ୍ଥିର ହେବା ପରେ ହିଁ କୁମ୍ଭୀର ଗଣନା ଆରମ୍ଭ ହେଉଥିବା ଯୋଗୁଁ ବୋଟ ଚଳାଚଳ ମଧ୍ୟ ବନ୍ଦ ରହିବ । ତେବେ ସକାଳ ଓ ସଂଧ୍ୟାରେ ହୁଲି ଡଙ୍ଗା ସାହାର୍ଯ୍ୟରେ କୁମ୍ଭୀର ଗଣନା କରାଯିବାକୁ ଥିବା ବେଳେ କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀ କୁମ୍ଭୀର ଗଣନା କରିବେ । ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ୪ଟି ରେଞ୍ଜରେ ସକାଳ ଏବଂ ସଂନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବ ।