ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ ଗୁଣପୁର, (୧୬/୨) : ଗୁଣପୁର ମହାବିଦ୍ୟାଳୟରେ ପ୍ରଥମ ବର୍ଷ ସ୍ନାତକ ଶ୍ରେଣୀର ଛାତ୍ରୀମାନଙ୍କ ପାଇଁ ଆଠଦିନ ଧରି ଆୟୋଜିତ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶୀଭୂଷଣ ମହାନ୍ତି ସଭାପତିତ୍ବ କରିଥିଲେ । ଦୀର୍ଘ ଆଠ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ ଏବଂ ପ୍ରଶିକ୍ଷିକାଙ୍କ ଦ୍ଵାରା ପରିଚାଳିତ କଠୋର ତାଲିମ ଅଧିବେଶନକୁ ସେ ପ୍ରଶଂସା କରିଥିଲେ । ଏହି ତାଲିମ ଶାରୀରିକ କୌଶଳ, ସଚେତନତା ଏବଂ ଆତ୍ମରକ୍ଷାର ଵ୍ୟାବହାରିକ ଦିଗକୁ ପ୍ରକାଶ କରିଥିବାରୁ ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଗର୍ବ ଏବଂ ସନ୍ତୋଷ ବ୍ୟକ୍ତ କରିଥିଲେ ।