Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ODISHA NEWS 1 year ago

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ 
ଗୁଣପୁର, (୧୬/୨) : ଗୁଣପୁର ମହାବିଦ୍ୟାଳୟରେ ପ୍ରଥମ ବର୍ଷ ସ୍ନାତକ ଶ୍ରେଣୀର ଛାତ୍ରୀମାନଙ୍କ ପାଇଁ ଆଠଦିନ ଧରି ଆୟୋଜିତ  ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । 

ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶୀଭୂଷଣ ମହାନ୍ତି ସଭାପତିତ୍ବ କରିଥିଲେ । ଦୀର୍ଘ ଆଠ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ ଏବଂ ପ୍ରଶିକ୍ଷିକାଙ୍କ  ଦ୍ଵାରା ପରିଚାଳିତ କଠୋର ତାଲିମ ଅଧିବେଶନକୁ ସେ ପ୍ରଶଂସା କରିଥିଲେ । ଏହି ତାଲିମ ଶାରୀରିକ କୌଶଳ, ସଚେତନତା ଏବଂ ଆତ୍ମରକ୍ଷାର ଵ୍ୟାବହାରିକ ଦିଗକୁ ପ୍ରକାଶ କରିଥିବାରୁ ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଗର୍ବ ଏବଂ ସନ୍ତୋଷ ବ୍ୟକ୍ତ କରିଥିଲେ ।

 

"ଆମେ ଆମର ଛାତ୍ରୀମାନଙ୍କୁ ଏକ ସାମଗ୍ରିକ ଶିକ୍ଷା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏହି କାର୍ଯ୍ୟକ୍ରମ ସେହି ପ୍ରତିବଦ୍ଧତାର ଏକ ପ୍ରମାଣ ଏବଂ ଆମେ ନିଶ୍ଚିତ ଯେ ଆମର ଛାତ୍ରୀମାନେ ଶିକ୍ଷା କରିଥିବା ଆତ୍ମରକ୍ଷା କୌଶଳ ଏବଂ ଜ୍ଞାନ ଆଜୀବନ ସେମାନଙ୍କ ସହିତ ରହିବ" ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିପରି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଗୁଣପୁର ଆଦର୍ଶ ଥାନା ଅଧିକାରୀ ଶ୍ରୀଯୁକ୍ତ ଉତ୍ତମ କୁମାର ସାହୁ ଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଛାତ୍ରୀ ସୁରକ୍ଷା ତଥା ସଶକ୍ତିକରଣ ପାଇଁ ସକ୍ରିୟ ଆଭିମୁଖ୍ୟ ପାଇଁ କଲେଜକୁ ପ୍ରଶଂସା କରିଥିଲେ ଏବଂ ଛାତ୍ରୀମାନଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଦୃଢ଼ ହେବା ସହିତ ପାଠପଢ଼ି ଭବିଷ୍ୟତରେ ସମାଜ ତଥା ଦେଶ ସେବାରେ ନିଜକୁ ନିଯୁକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ । 

ଅଧ୍ୟାପକ ଜଗନ୍ନାଥ ଦୀପ  ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଶ୍ରୀମତୀ ନମିତା ମୁଦୁଲି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଅଧ୍ୟାପକ ଅମିୟ ରଞ୍ଜନ ମହାନ୍ତି ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ବର୍ଷ ବିଜ୍ଞାନ  ବିଭାଗର ଛାତ୍ରୀ  ସୁଶ୍ରୀ ସୁନିତା ବେହେରା ଶିବିରର ଅନୁଭୂତି ସଂପର୍କରେ ବର୍ଣ୍ଣନା କରିଥିଲେ । ଅଧ୍ୟାପକ ଜଗନ୍ନାଥ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ । ଏକାର୍ଯ୍ୟକ୍ରମରେ ପ୍ରଶିକ୍ଷିକା ଶ୍ରୀମତୀ ବିମଳା ଜେନାଙ୍କ ଦ୍ଵାରା ପ୍ରଶିକ୍ଷିତ କେତେକ ଆତ୍ମରକ୍ଷା କୌଶଳ ଛାତ୍ରୀ ଲିପସାରାଣି ରାଉଳ, ସ୍କୃତିମୟୀ ସେନାପତି ,କେ.ଭାର୍ଗବି କରିଥିଲେ ଏଲ.ସଂଜନା ନିଶାରାଣୀ ପାଣିଗ୍ରାହୀ ଓ ଅନ୍ୟ ଛାତ୍ରୀମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା । ଶେଷରେ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS