Dailyhunt
ଅନୁଗୁଳରେ ଆତଙ୍କ ଖେଳାଇଛି ପାଗଳ କୁକୁର

ଅନୁଗୁଳରେ ଆତଙ୍କ ଖେଳାଇଛି ପାଗଳ କୁକୁର

ODISHA NEWS 1 year ago

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 
ଅନୁଗୁଳ, (୦୯/୦୨) : ଅନୁଗୁଳ ରେ ଆତଙ୍କ ଖେଳାଇଛି ପାଗଳ କୁକୁର । ପାଗଳ କୁକୁର କାମୁଡାରେ ୨୨ରୁ ଅଧିକ ଆହତ ହୋଇଛନ୍ତି । 

ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସେମାନଙ୍କ ମଧ୍ୟରୁ କୃଷ୍ଣ ଚନ୍ଦ୍ର ବେହେରା, ଆୟୁଷ୍ମାନ ଦେହୁରୀ, ଅଭିରାମ ମାଝୀ, ଗୋଲଖ ନାଏକ, ବାବୁ ଦାସ, ଲକ୍ଷ୍ମୀ ପ୍ରିୟା ବେହେରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲାବେଳେ ଅନ୍ୟ କେତେକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ମୁତାବକ, ଗତ କିଛି ଦିନ ଧରି ଗୋଟିଏ ପାଗଳ କୁକୁର ଅନୁଗୁଳ ସହରରେ ବୁଲୁଛି । ବୁଲିବା ସମୟରେ ଯାହାକୁ ଦେଖୁଛି ତାଙ୍କୁ କାମୁଡି ରକ୍ତାକ୍ତ କରିଦେଉଛି । 

ପିଲାମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ପାଖାପାଖି ୨୨ରୁ ଅଧିକ ଜଣ କୁକୁର କାମୁଡ଼ାରେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳ ଲୋକେ ଭୟଭୀତ ହୋଇପଡିଛନ୍ତି । ଶୁଶୁଡା, କଲେଜ ଛକ, ହାଟ ଛକ, ହୁଲୁରିସିଂହା, ହେମସୁରପଡା ଅଞ୍ଚଳରେ ଏହି ପାଗଳ କୁକୁରଟି ବୁଲି ବୁଲି ଯାହାକୁ ଦେଖୁଛି ତାକୁ କାମୁଡ଼ି ଦେଉଛି । ଏହି ଘଟଣାର ସମାଧାନ ପାଇଁ ଅଞ୍ଚଳ ବାସୀ ପ୍ରଶାସନକୁ ନିବେଦନ କରିଛନ୍ତି ।     

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS