ସୁବର୍ଣ୍ଣପୁର, (୨୨/୦୯) : ଆପ୍ର : ତୃତୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ସୁବର୍ଣ୍ଣପୁର ଜିଲ୍ଲାରୁ ୫୨ ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା, ବାରାଣାସୀ ତୀର୍ଥରେ ବାହାରିଛନ୍ତି ।
ଏଥିପାଇଁ ତୀର୍ଥଯାତ୍ରୀ ଦଳ ସମ୍ଵଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସ୍ଥାନୀୟ ସଂସ୍କୃତି ଭବନ ପରିସରରୁ ଦୁଇ ଗୋଟି ବସକୁ ପତାକା ଦେଖାଇ ଏହି ଆଧ୍ୟାତ୍ମିକ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ଏହି ସମାରୋହରେ ବୀରମହାରାଜପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ. ରଘୁନାଥ ଜଗଦଲା, ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ସୋନପୁର ଉପଜିଲ୍ଲାପାଳ ଡ.

