Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବରିଷ୍ଠ ସାମ୍ବାଦିକ ସନ୍ତୋଷ ମହାପାତ୍ରଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ସନ୍ତୋଷ ମହାପାତ୍ରଙ୍କ ପରଲୋକ

ODISHA NEWS 30 mins ago

ଭୁବନେଶ୍ୱର, (୨୫/୧୧) : ଆପ୍ର : ବରିଷ୍ଠ ସାମ୍ବାଦିକ ସନ୍ତୋଷ ମହାପାତ୍ରଙ୍କ ପରଲୋକ । ଓଡ଼ିଆ ଗଣମାଧ୍ୟମ ଜଗତର ଜଣେ ସୁପରିଚିତ ତଥା ବରିଷ୍ଠ ସାମ୍ବାଦିକ ସନ୍ତୋଷ ମହାପାତ୍ର ।

ତାଙ୍କର ଅକାଳ ବିୟୋଗରେ ସମଗ୍ର ଓଡ଼ିଆ ଟେଲିଭିଜନ ଓ ଛାପା ଗଣମାଧ୍ୟମ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି । ​ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ଶିକ୍ଷା ସମାପ୍ତ କରିବା ପରେ ସେ ‘ଦୈନିକ ଆଶା’ ଖବରକାଗଜରୁ ନିଜର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୧୯୯୨ ମସିହାରେ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ରରେ ଜଣେ ଘୋଷକ ଭାବେ ସେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ । ​୨୦୧୫ରୁ କଳିଙ୍ଗ ଟିଭିରେ କିଛି ବର୍ଷ ଲାଗି କାର୍ଯ୍ୟ କରିଥିଲେ। ନିଜର ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟର ସାମ୍ବାଦିକତା କ୍ୟାରିୟର ମଧ୍ୟରେ ସେ ଓଡ଼ିଶାର ବହୁ ପ୍ରମୁଖ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ ।

ଖବର ପ୍ରସାରଣ ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ନିଷ୍ଠା, ଦକ୍ଷତା ଏବଂ ଅବଦାନ ସର୍ବଦା ଅତୁଳନୀୟ ହୋଇ ରହିବ । ​ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇବା ସହ ଅମର ଆତ୍ମାର ସଦଗତି କାମନା କରାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS