Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭବାନୀପାଟଣାରେ ଭାଲୁ ଆତଙ୍କ

ଭବାନୀପାଟଣାରେ ଭାଲୁ ଆତଙ୍କ

ODISHA NEWS 4 months ago

ଭବାନୀପାଟଣା, (୨୧/୦୬) : ଆପ୍ର : ସହରର ଦେବାନ ସାହେବ୍ ପଡ଼ା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ ଭାଲୁ ଦେଖିବାକୁ ମିଳିଥିଲା। 

ପରେ ଭାଲୁ ଟି ଡାକ୍ତରଖାନା ପଛ ପଟେ, ଚର୍ଚ୍ଚ ନିକଟରେ ବୁଲାବୁଲି କରୁଥିବା ସିସିଟିଭି ଭିଜୁଆଲ ରେ ଦେଖିବାକୁ ମିଳିଛି । ଲୋକେ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ମାଇକ୍ ଯୋଗେ ଘୋଷଣା କରାଯାଉଛି । ଗତ ୬ ଦିନ ତଳେ କୃଷି ମହାବିଦ୍ୟାଳୟ ଅଞ୍ଚଳରେ ଲୋକେ ଭାଲୁ ଦେଖିଥିବା ଚର୍ଚା ହେଉଥିଲା । ସୂଚନାଯୋଗ୍ୟ ପ୍ରାୟ ୨ ବର୍ଷ ତଳେ ଗୋଟାଏ ଭାଲୁ ସହରର ସାପ୍ତାହିକ ହାଟ ରୁ ଗାନ୍ଧୀ ଛକ ଯାଏଁ ଉତ୍ପାତ କରିଥିଲା । ଫଳରେ ଭାଲୁ ଆକ୍ରମଣରେ କିଛିଲୋକ ଆହତ ହେଇଥିଲେ  । ତେବେ ଆଜି ସନ୍ଧ୍ୟାରେ ସହରର ଡାକ୍ତରଖାନା ଛକ, ଦେବାନ ସାହେବ୍ ପଡ଼ା ପ୍ରଭୃତି ଅଞ୍ଚଳରେ ଭାଲୁ ବୁଲିବା ଘଟଣା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS