
ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ବର, (୧୮/୦୧) : ଶୁକ୍ରବାର ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ମାଟିରେ ମିଶିଛି । ବିଡିଏ ପକ୍ଷରୁ ବୁଲଡୋଜର୍ ଚଢ଼ାଇ ଠିକ୍ ମଧ୍ୟାହ୍ନ ୧୨ଟା ସମୟରେ ବୈକୁଣ୍ଠଧାମ ଆଶ୍ରମକୁ ଭଙ୍ଗାଯାଇଛି ।
ସରକାରୀ ଜମିରେ ବେଆଇନ୍ ନିର୍ମାଣ ହେତୁ ଏହାକୁ ଭଙ୍ଗାଯାଇଥିବା ବିଡିଏ କର୍ତ୍ତୃପକ୍ଷ କହିଛନ୍ତି।ଶୁକ୍ରବାର ଦିନ ଏହାକୁ ଭଙ୍ଗାଯିବ ବୋଲି ବିଡ଼ିଏ ପକ୍ଷରୁ ଗୁରୁବାର ଏନେଇ ଘୋଷଣା କରାଯାଇଥିଲା। ସରକାରୀ ଜମି ଜବର ଦଖଲ କରି ବୈକୁଣ୍ଠଧାମ ତିଆରି ହୋଇଥିବା ବିଡ଼ିଏ ପକ୍ଷରୁ କୁହାଯାଇଥିଲା। ଯଥାଶୀଘ୍ର ସେହି ଜମି ଖାଲି କରିବାକୁ ବିଡ଼ିଏ କହିଥିଲା। ଏହାପରେ ବିଡ଼ିଏ ବୁଲଡୋଜର ଆଶ୍ରମରେ ଚାଲିଛି।
ଜବର ଦଖଲ ହଟାଯିବା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ପ୍ରଶାସନ ଅବା ବିଡ଼ିଏ ଦାୟୀ ରହିବେ ନାହିଁ ବୋଲି ଘୋଷଣା କରାଯାଇଥିଲା ।
ଶୁକ୍ରବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ଜବର ଦଖଲ ହଟାଇବାକୁ ଲକ୍ଷ୍ୟ ରଖାଯାଇଥିବା ବିଡ଼ିଏ ପକ୍ଷରୁ ସୂଚନା ଜାରି ହୋଇଥିଲା । ଆଶ୍ରମ ଖାଲି କରାଯିବା ପରେ ବିଡ଼ିଏ ଏହି ଆଶ୍ରମକୁ ଭାଙ୍ଗିଛି । ହାଇକୋର୍ଟଙ୍କ ସମ୍ମୁଖରେ ମିଥ୍ୟା ସତ୍ୟପାଠ କରି ଆଶ୍ରମ କର୍ତ୍ତୃପକ୍ଷ ବିଭ୍ରାନ୍ତ କରୁଥିବା ଅଭିଯୋଗ ହୋଇଥିଲା । ତେଣୁ ହାଇକୋର୍ଟଙ୍କ ଦ୍ବାରା ଜାରି କରାଯାଇଥିବା ରହିତାଦେଶକୁ ହଟାଇ ଦିଆଯାଇଥିଲା ।
ଗୁରୁବାର ବୈକୁଣ୍ଠ ଧାନ ଆଶ୍ରମ ଭାଙ୍ଗିବା ପାଇଁ ବିଡିଏ ନିର୍ଦ୍ଦେଶ ଦେଇଥିଲା ।