ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // ଭୁବନେଶ୍ବର, (୧୮/୦୧) : ଶୁକ୍ରବାର ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ମାଟିରେ ମିଶିଛି । ବିଡିଏ ପକ୍ଷରୁ ବୁଲଡୋଜର୍ ଚଢ଼ାଇ ଠିକ୍ ମଧ୍ୟାହ୍ନ ୧୨ଟା ସମୟରେ ବୈକୁଣ୍ଠଧାମ ଆଶ୍ରମକୁ ଭଙ୍ଗାଯାଇଛି । ସରକାରୀ ଜମିରେ ବେଆଇନ୍ ନିର୍ମାଣ ହେତୁ ଏହାକୁ ଭଙ୍ଗାଯାଇଥିବା ବିଡିଏ କର୍ତ୍ତୃପକ୍ଷ କହିଛନ୍ତି।ଶୁକ୍ରବାର ଦିନ ଏହାକୁ ଭଙ୍ଗାଯିବ ବୋଲି ବିଡ଼ିଏ ପକ୍ଷରୁ ଗୁରୁବାର ଏନେଇ ଘୋଷଣା କରାଯାଇଥିଲା। ସରକାରୀ ଜମି ଜବର ଦଖଲ କରି ବୈକୁଣ୍ଠଧାମ ତିଆରି ହୋଇଥିବା ବିଡ଼ିଏ ପକ୍ଷରୁ କୁହାଯାଇଥିଲା। ଯଥାଶୀଘ୍ର ସେହି ଜମି ଖାଲି କରିବାକୁ ବିଡ଼ିଏ କହିଥିଲା। ଏହାପରେ ବିଡ଼ିଏ ବୁଲଡୋଜର ଆଶ୍ରମରେ ଚାଲିଛି।ଜବର ଦଖଲ ହଟାଯିବା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ପ୍ରଶାସନ ଅବା ବିଡ଼ିଏ ଦାୟୀ ରହିବେ ନାହିଁ ବୋଲି ଘୋଷଣା କରାଯାଇଥିଲା ।