Dailyhunt
ବିନିକାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ବିନିକାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ODISHA NEWS 1 year ago

ରିପୋର୍ଟ : ଧୃବରାଜ ମିଶ୍ର 
ସୁବର୍ଣ୍ଣପୁର, (୨୭/୦୧): ବିନିକା ସହର ସମେତ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ୭୬ତମ ସାଧାରଣତନ୍ତ୍ର ଦିବସ ଧୁମଧାମରେ ପାଳିତ ହୋଇଯାଇଛି । 

ସ୍ଥାନୀୟ ସିଦ୍ଧାର୍ଥ କଲେଜ ଗରୁଡ଼ କ୍ୟାମ୍ପସ ଠାରେ ଆୟୋଜିତ ଏନଏଏସି ସ୍ତ୍ରରୀୟ ସାଧାରଣତନ୍ତ୍ର ଦିବସରେ ବୀରମହାରାଜପୁର ତଥା ସ୍ଥାନୀୟ ମାନ୍ୟବର ବିଧାୟକ  ରଘୁନାଥ ଜଗଦଳା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିଳିତ ପ୍ୟାରେଡ଼ରେ ଅଭିବାଦନ ଜଣାଇବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସବୁ କ୍ଷେତ୍ରରେ ବିନିକା ଅଞ୍ଚଳର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ଗୁରୁତ୍ୱ ଦେବେ ବୋଲି ବିଧାୟକ ଶ୍ରୀ ଜଗଦଲା ତାଙ୍କ ବକ୍ତବ୍ୟରେ ଅଞ୍ଚଳବାସୀଙ୍କୁ ଉଦବୋଧନ ଦେଇଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସେହିପରି ବିଭିନ୍ନ ସ୍କୁଲ, କଲେଜ, ଅନୁଷ୍ଠାନ ସମେତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS