ସୁବର୍ଣ୍ଣପୁର, (୧୭/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଗଡଜାତ ସମୟରୁ ହୋଇ ଆସୁଥିବା ରଥଯାତ୍ରା ଭିନ୍ନ ଏକ ପରମ୍ପରା ଓ ସଂସ୍କୁତୀ ସମ୍ପନ୍ନ ।
ଗତକାଲି ଗୁରୁବାର ଦ୍ଵିତୀୟା ତିଥିରେ ସଂନ୍ଧ୍ୟା ସମୟରେ ବହୁ ଆଡମ୍ବରରେ ଘଣ୍ଟ ଶଙ୍ଖ, ନାମ କୀର୍ତ୍ତନ ତାଳେ ତାଳେ ଦଇତା ପତି ବଡ଼ପଣ୍ଡାଙ୍କ ଦ୍ୱାରା ଚତୁର୍ଦ୍ଧା ମୂର୍ତ୍ତି ଝୁଲି ଝୁଲି ପହଣ୍ଡି ବିଜେ କରି ରାତିରେ ରଥ ରୁଢ଼ ହୋଇଥିଲେ । ପରମ୍ପରା ଅନୁଯାଇ ବିନିକା ଦୁଇଟି ରଥ ତିଆରି ହୋଇଥାଏ ଗୋଟିଏ ରଥରେ ବଡ ଜୀଉ ବଳଦେବ ମହାପ୍ରଭୁ ଓ ମାତା ସୁଭଦ୍ରା ଏବଂ ଅନ୍ୟ ରଥରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ବିଜେ କରିଥାନ୍ତି । ଆଜି ଅପରାହ୍ନ ୩ ଟା ସମୟରେ ରଥ ଟଣା ଆରମ୍ଭ ହୋଇ ସଂନ୍ଧ୍ୟା ସୁଦ୍ଧା ଅଧ ବାଟରେ ଅଟକି ରହିଛନ୍ତି ।
ରଥ ଟଣାର ସମୟରେ ବିନିକା ତହସିଲଦାର ରସ୍ନା ଭୋଇ, ଅତିରିକ୍ତ ତହସିଲଦାର ଦୟାରମ ମେହେର,ଏନଏସି କାର୍ଯ୍ୟନିର୍ବାହୀ ମାନସ ରଞ୍ଜନ ଭୋଇ, ଏନଏସି ଅଧକ୍ଷ ସୁବାଷ ଚନ୍ଦ୍ର ଭୁଏ, ଥାନାଧିକାରୀ ଅନିତା କିଡୋ, ଏସ. ଆଇ ମାରୁତ ଚନ୍ଦ୍ର ପଧାନ, ତ୍ରିନାଥ ସାହୁ, ପ୍ରଭାତୀ ଦାସ, ରଥଯାତ୍ରା କମିଟୀର ଶୀତଳ ପ୍ରସାଦ ମହାକୁର, ଅଜିତ ପଣ୍ଡା, ହଲାୟୁଦ୍ଧ ମିଶ୍ର, ମହାବୀର ପ୍ରସାଦ ଅଗ୍ରୱାଲ, ଗୌରଭ ପାଢ଼ୀ, ସାନ ସେଠୀ, ହାଡିବନ୍ଧୁ ମେହେର, ଭୁବନେଶ୍ୱର ପାତ୍ର, ପୀତବାସ ମେହେର, ସୋନୁ ସାମଲ, ଗଣେଶ୍ଵର ମେହେର,ସମ୍ବିତ ନେପାକ, ରାମଗୋପାଳ ବାଘ ଆଦି ଅନେକ ସଦସ୍ୟ ଉପସ୍ଥିତ ଥିଲେ । ଚଳିତ ବର୍ଷ କେବଳ ଏନଏସି ପ୍ରଶାସନର କର୍ମଚାରୀ ଓ କମିଟୀ ସଦସ୍ୟମାନଙ୍କ ଦ୍ୱାରା ରଥ ଟଣା ହୋଇଥିଲା । ଆଜି ରଥ ଟଣା ବହୁ ଶାନ୍ତି ଶୃଙ୍ଖଳା ରେ ସମାପନ ହୋଇଛି ।

