Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବୁଦାମୂଳୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବୁଦାମୂଳୁ ନବଜାତ ଶିଶୁକନ୍ୟା ଉଦ୍ଧାର

ODISHA NEWS 40 mins ago

ପାତ୍ରପୁର, (୧୪/୧୧) : ଆପ୍ର : ଜରଡ଼ା ଥାନା ଅନ୍ତର୍ଗତ ଅଭୟପୁର ନିକଟରେ ଥିବା ଏକ ବୁଦାମୂଳରୁ ଶୁକ୍ରବାର ଅପରାହ୍ନରେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି ।

ଶିଶୁଟିର କାନ୍ଦ ଶୁଣି ସ୍ଥାନୀୟ କିଛି ଲୋକ ସେଠାରେ ପହଞ୍ଚିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ବହୁ ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇ ପୁଲିସକୁ ସୂଚନା ଦେଇଥିଲେ । ଜରଡ଼ା ପୁଲିସ ପହଞ୍ଚି ଆଶାକର୍ମୀଙ୍କ ସହାୟତାରେ ଶିଶୁଟିକୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା । ସେଠାରେ ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା ସହ ସଫାସୁତୁରା କରାଯାଇ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି । ଆସନ୍ତାକାଲି ଶିଶୁଟିକୁ ଚାଇଲ୍ଡ ୱେଲଫେୟାର ସେଣ୍ଟରକୁ ପଠାଯିବ ବୋଲି ଚିକିତ୍ସା ଅଧିକାରୀ ଡା. ସମ୍ବିତ ବେଗରାୟ ପ୍ରକାଶ କରିଛନ୍ତି ।

ତେବେ କିଏ ଓ କାହିଁକି ଏଭଳି ଅମାନବୀୟ ଭାବେ ନବଜାତ ଶିଶୁକନ୍ୟାକୁ ବୁଦାମୂଳରେ ଛାଡ଼ି ଚାଲିଗଲା, ତାହାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କୁ ଚିହ୍ନଟ କରିବା ସହ ଏଭଳି ଅମାନବୀୟ ଘଟଣାର ପୁନରାବୃତ୍ତି ରୋକିବାକୁ ସାଧାରଣରେ ଦାବି ହୋଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS