Dailyhunt
ବୁଦୁରା ବ୍ରାହ୍ମଣ ସାହିରେ ଜଳ ସଙ୍କଟ

ବୁଦୁରା ବ୍ରାହ୍ମଣ ସାହିରେ ଜଳ ସଙ୍କଟ

ODISHA NEWS 9 months ago

କାଶୀନଗର, (୨୨/୦୫) : ଆପ୍ର. : କାଶୀନଗର ବ୍ଲକ୍ ବୁଦୁରା ପଂଚାୟତ ଅନ୍ତର୍ଗତ ବୁଦୁରା ଗ୍ରାମ ବ୍ରାହ୍ମଣ ସାହିରେ ଜଳ ସଙ୍କଟ ଦେଖା ଦେଇଛି । 

ଉକ୍ତ ସାହିର ସ୍ଥାୟୀ ବାସିନ୍ଦା ଜୟ କୁମାର ମିଶ୍ର ଓ ଅନ୍ୟମାନଙ୍କ କହିବା ଅନୁଯାୟୀ ରାସ୍ତା ପ୍ରଶସ୍ତିକରଣ ବେଳେ ଜନସ୍ୱାସ୍ଥ୍ୟ ବିଭାଗର ପାଇପ୍ କଟି ଯାଇଥିଲା ।  କିନ୍ତୁ ମରାମତି ପାଇଁ ଏଯାଏଁ ଆବଶ୍ୟକୀୟ ପଦକ୍ଷେପ ନିଆ ଯାଇନାହିଁ ।  ଜଳାଭାବର ଏହା ମୁଖ୍ୟ କାରଣ ହୋଇଥିବା ବେଳେ ସାହିର ଲୋକେ, ବିଶେଷ କରି ବୃଦ୍ଧବୃଦ୍ଧା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାହିରେ ଥିବା ପୁରୁଣା ନଳକୂପର ମରାମତି କରା ଯାଇଥିଲେ ବି ସେଥିରୁ ଆବଶ୍ୟକତା ଅନୁଯାୟୀ ପାଣି ମିଳୁନାହିଁ . ଚାନ୍ଦିନୀ ନଥିବା କାରଣରୁ ପରିବେଶ ଅପରିଚ୍ଛନ୍ନ ରହୁଛି ଓ ପାଣି ସଂଗ୍ରହ ବେଳେ ସେଥିରେ ପୋକ ମିଶି ଯାଉଥିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି ।  .

ନୂଆ ନଳକୂପ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଥିଲେ ମଧ୍ୟ ରାଜନୀତି କ୍ଷେତ୍ରରେ ପ୍ରଭାବଶାଳୀ ଜଣେ ବ୍ୟକ୍ତି ଉକ୍ତ ନଳକୂପକୁ ପାରିବାରିକ କାର୍ଯ୍ୟରେ ଲଗାଉଥିଲେ .

ସେ ବ୍ୟକ୍ତି ଆଉ ନାହାନ୍ତି । କିନ୍ତୁ ଏଯାଏଁ ଉଲ୍ଲେଖିତ ନଳକୂପର ପାଣି ସମୂହ କାର୍ଯ୍ୟରେ ଲାଗିବା ବି ସମ୍ଭବ ହୋଇନାହିଁ ବୋଲି ଅଭିଯୋଗ ହୋଇଛି . କାଶୀନଗର ପଂଚାୟତ ସମିତି କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି ହୋଇଛି । 

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS