ସୁବର୍ଣ୍ଣପୁର, (୦୬/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ୫ ନମ୍ବର ୱାର୍ଡରେ ରହୁଥିବା ଧର୍ମ ପରାୟଣା ମହିଳା ମଞ୍ଜରୀ ପାତ୍ରଙ୍କ ୬୮ ବର୍ଷ ବୟସରେ ପରଲୋକ ଘଟିଛି ।
ବିନିକା ସହର ତଥା ଅଞ୍ଚଳର ଜଣାଶୁଣା ଶିଳ୍ପପତି ସୁନୀଲ ପାତ୍ର ( ବୁଲୁ) ଙ୍କ ମାତୃ ବିୟୋଗ ହେବା ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ଗତକାଲି ମଞ୍ଜରୀଙ୍କ ଦେହ ଅସୁସ୍ଥ ହେବାରୁ ତାକୁ ପରିବାର ଲୋକେ ବରଗଡ଼ର ଏକ ଘରୋଇ ମେଡିକାଲରେ ଭର୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ପରିବାର ଲୋକେ ତାଙ୍କ ମର ଶରୀରକୁ ନିଜ ବାସଭବନକୁ ଆଣିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ସାହି ପଡିଶା, ବନ୍ଧୁ ବାନ୍ଧବ ଓ ସହରବାସୀ ମାନେ ପ୍ରମୁଖ ଦର୍ଶନ କରିଥିଲେ ।

