ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୧୭/୦୭) : ଦୁଇ ସ୍କୁଟି ଆରୋହୀଙ୍କୁ ଧକ୍କା ଦେଇ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା ମାଲବାହୀ ଟ୍ରକ୍।
ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ ପାଲବଣି ବାଇପାସ୍ ସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ବାରିପଦା ସଦର ଥାନା ଶାମାଖୁଣ୍ଟା ବ୍ଲକର ଶିରିଶବଣି ଗାଁ ର ଶ୍ରୀଧର ହାଁସଦା ଓ ଅନିଲ ହାଁସଦା । ଉଭୟ ଦୁଇ ସାଙ୍ଗ ବୋଲି ଜଣାଯାଇଛି । ଗତକାଲି ବିଳମ୍ୱିତ ରାତିରେ ଶ୍ରୀଧର ଓ ଅନିଲ ସ୍କୁଟି ନେଇ ଯାଉଥିଲେ । ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ ସହ ସ୍କୁଟି ଆରୋହୀଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା ।
ପରେ ଟ୍ରକ୍ଟି ସ୍କୁଟି ଆରୋହୀଙ୍କୁ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା ।

