Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗାଁ'ରେ ବୁଲୁଛି ଭାଲୁ, ଅଞ୍ଚଳବାସୀ ଭୟଭୀତ

ଗାଁ'ରେ ବୁଲୁଛି ଭାଲୁ, ଅଞ୍ଚଳବାସୀ ଭୟଭୀତ

ODISHA NEWS 2 hrs ago

ଉଦଳା, (୨୬/୦୫) : ଆପ୍ର : ଉଦଳାରେ ଦେଖିବାକୁ ମିଳିଛି ଭାଲୁ । ରାତି ଅଧରେ ଗାଁ'ରେ ବୁଲୁଛି ଭାଲୁ । ମୟୂରଭଞ୍ଜ କପ୍ତିପଦା ବନାଞ୍ଚଳ ବୈରାଟପୁର ଗାଁରେ ବୁଲୁଛି ବିଶାଳକାୟ ଭାଲୁ । 

ସନ୍ଧ୍ୟା ହେଲେ ଭାଲୁ ବାହାରୁଛି, ଆଉ ରାତି ତମାମ ଗାଁ'ରେ ଘୁରି ବୁଲୁଛି । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଏକ ବିଶାଳକାୟ ଭାଲୁ ଗାଁ ଭିତରେ ପଶି ଗ୍ରାମର ମନ୍ଦିର ଛକ, ରାସ୍ତାଘାଟରେ ଘୁରି ବୁଲୁଛି । ଭାଲୁକୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇଛନ୍ତି । ବାହାରକୁ ବାହାରିବା ପାଇଁ ମଧ୍ୟ ଡରୁଛନ୍ତି । କିଛି ଦିନ ପୂର୍ବରୁ ଏହି ଗାଁରୁ ମାତ୍ର ୨ କିଲୋମିଟର ଦୂରରେ ଗାଡୱେଲରେ ଏହି ଭାଲୁଟି ପଡ଼ିଥିଲା । ତାକୁ ସେଠାରୁ ବାହାର କରି ବୈରାଟପୁର ଗାଁ ନିକଟ ହୁଡ଼ିରେ ଛାଡି ଦିଆଯାଇଥିଲା ।

ସେହି ଭାଲୁ ଏବେ ଗାଁରେ ଆତଙ୍କ ଖେଳାଇଛି । ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS