ଅନୁଗୁଳ, (୦୯/୦୬) : ଆପ୍ର : ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସସନର ଜଗନ୍ନାଥପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଗୁରୁତର ମହିଳା ଜଣଙ୍କ ହେଲେ ଜଗନ୍ନାଥ ପୁର ଗ୍ରାମର ଧିରେନ ସାହୁଙ୍କ ସ୍ତ୍ରୀ ଜପ ସାହୁ (୬୩) ବୋଲି ଜଣାପଡ଼ିଛି । ସୂଚନା ଯେ, ଆଜି ଭୋର ୫ଟା ବେଳେ ଘର ଠାରୁ ଅଧା କିଲୋମିଟର ଦୂରରେ ଥିବା ଆମ୍ବ ତୋଟାକୁ ଆମ୍ବ ଗୋଟାଇବା ପାଇଁ ଜପ ଯାଇଥିଲେ । ଆମ୍ବ ଗୋଟାଇବା ବେଳେ ହାତୀକୁ ଦେଖି ଦୌଡ଼ିବା ବେଳେ ହାତୀଟି ଜପକୁ ଶୁଣ୍ଢରେ କଚାଡ଼ି ଦେଇଥିଲା । ଗାଁ'ର କିଛି ଲୋକ ସେଠାରେ ଥିବା ବେଳେ ହୋହାଲ୍ଲା କରିବାରୁ ହାତୀଟି ଜଙ୍ଗଲକୁ ପଳାଇଥିଲା ।
ଲୋକେ ବନ ବିଭାଗକୁ ଖବର ଦେଇଥିଲେ ।

