Dailyhunt
ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ODISHA NEWS 1 year ago

ରିପୋର୍ଟ : କ୍ଷମା ସାଗର ଦାଶ୍ 
ମୁନିଗୁଡ଼ା, (୨୪/୦୧) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଳକ ଅନ୍ତର୍ଗତ ଶିବପଦର ଗ୍ରାମପଞ୍ଚାୟତ ଅଧିନସ୍ଥ ବନମାଳୀ ଶିକ୍ଷା ନିକେତନ ଠାରେ ଛାତ୍ର ଛାତ୍ରୀ ଓ ଗ୍ରାମ ଲୋକଙ୍କୁ ନେଇ ଏକ ପଦଯାତ୍ରାରେ ଶିବପଦର ଓ ଆଖ ପାଖ ଗାଁ'ରେ ‌ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଥିଲା । 

ଏହି କାରର୍ଯକ୍ରରେ ମୁନିଗୁଡା ବନବିଭାଗ ଅଧିକାରୀ ଓ ଗାଁ ଲୋକେ ଉପସ୍ଥିତ ରହିଥିଲେ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କିପରି କରାଯାଇପାରିବ ଓ ପଡୁ ଚାଷ ନକରିବା ପାଇଁ ଗାଁ ଗାଁ ରେ ଲୋକଙ୍କୁ ସଚେତନତା କରାଇବା ପାଇଁ  ରେଞ୍ଜର ଅନିଲ୍ କୁମାର ଵାଲା ଗାଁ ଲୋକଙ୍କୁ କହିଥିଲେ।ଏହି କାର୍ଯ୍ୟକ୍ରମରେ ଫରେଷ୍ଟର୍ ପ୍ରମୋଦିନି ମାଡାଙ୍ଗୀ, ଫରେଷ୍ଟର ଗାର୍ଡ ରଣନୀତି ମହାରଣା,ଅହଲ୍ୟା ପାତ୍ର ଓ ବନମାଳୀ ଶିକ୍ଷା ନିକେତନ ପ୍ରଧାନ ଶିକ୍ଷକ ରାଜକିଶୋର ବେହେରା, ସ୍ଥାନୀୟ ସରପଞ୍ଚ ପ୍ରକାଶ କରଶିକା ଉପସ୍ଥିତି ରହିଥିଲେ ।  .

ଦିନ କୁ ଦିନ ଜଙ୍ଗଲ ଧ୍ବଂସ ହୋଊଥିବା ଓ ଜଙ୍ଗଲ ରେ ନିଆଁ ଲଗାଇ ଦେଉଥିବା ଯୋଗୁଁ ଜଙ୍ଗଳ ନଷ୍ଟ ହେବାରେ ଲାଗିଛି ଏଣୁ ଜଙ୍ଗଲ ର ଜୀବଜନ୍ତୁ ଗାଁ ଆଡେ ମାଡ଼ି ଆସୁଅଛନ୍ତି ।

ଏଥିପାଇଁ ଗାଁ ଲୋକେ ସଚେତନତା ହେବାଦକାର ବୋଲି ସରପଞ୍ଚ ପ୍ରକାଶ କରଶିକା କହିଛନ୍ତି । ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା ଜଳ ବାୟୁ ର ଅଭାବ ଅନଟନ ରହିବ ନାହି ଏଣୁ ଆଜି ଦିନ ଠାରୁ ଜଙ୍ଗଲ ର ଯତ୍ନ ନେବା ଓ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଶ୍ରୀ ବେହେରା ଲୋକମାନଙ୍କୁ କହିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS