ରିପୋର୍ଟ : ଧୃବରାଜ ମିଶ୍ର ସୁବର୍ଣ୍ଣପୁର, (୨୧/୦୩) : ସୁବର୍ଣ୍ଣପୁର ଜିଲ୍ଲା ହସ୍ତଶିଳ୍ପ ମ୍ୟାନେଜର କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ହସ୍ତଶିଳ୍ପ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉପନିର୍ଦ୍ଦେଶକ (ହସ୍ତଶିଳ୍ପ) ବନମାଳୀ ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲିଡ଼ ବ୍ୟାଙ୍କ ମ୍ୟାନେଜର କାର୍ତ୍ତିକେଶ୍ୱର ପଣ୍ଡା, ଡିଡିଏମ ନାବାର୍ଡ ଡା. ସତ୍ୟ ସ୍ବରୂପ ବିଦାନ୍ତ, ଉପନିର୍ଦ୍ଦେଶକ (ବୟନଶିଳ୍ପ) ବିନାୟକ ପୃଷ୍ଟି, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଯମୁନା ପ୍ରଧାନ, ଶିଳ୍ପ ବିକାଶ ଅଧିକାରୀ ଅଭିଜିତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ହସ୍ତଶିଳ୍ପ କାରିଗରଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । .ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୪୦ ଜଣ କାରିଗର ଯୋଗ ଦାନ କରିଥିଲେ ।