Dailyhunt
କଲବଲ କରିବ କୁହୁଡ଼ି !

କଲବଲ କରିବ କୁହୁଡ଼ି !

ODISHA NEWS 1 year ago

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 
ଭୁବନେଶ୍ୱର, (୨୨/୦୧) : ରାଜ୍ୟରେ ଆଜିଠୁ ଶୀତର ପ୍ରକୋପ କମିବା ସହିତ କୁହୁଡ଼ିର ପରିମାଣ ବଢିବ ବୋଲି ସୂଚନା ମିଳିଛି । 

ଜଳଭାଗ ଅଞ୍ଚଳରେ ଗୁରୁଚାପ ବଳୟ ରହିବ ଯାହାର ପ୍ରଭାବରେ ସ୍ଥଳଭାଗରେ ଉଷ୍ଣ ଜଳୀୟବାଷ୍ପ ବାୟୁ ରହିବ । ସେଥିପାଇଁ ରାଜ୍ୟରେ ଶୀତର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା କାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ସୂଚନା ମିଳିଛି । ଘନ କୁହୁଡ଼ି ପାଇଁ ୪ ଜିଲ୍ଲା କୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ଘନ କୁହୁଡ଼ିରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିଆସିବ ବୋଲି ସୂଚନା ମିଳିଛି । କୁହୁଡି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ଥିବାରୁ ଗାଡି ଧୀରେ ଚଳାଇବାକୁ ପରାମର୍ଶ ଦିଆଯାଇଛି ।

ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ କୁହୁଡି ଦୃଶ୍ୟମାନ ହେବା ସହିତ ଶୀତର ପ୍ରକୋପ ହ୍ରାସ ପାଇଥିଲା । କୁହୁଡି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS