Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍

ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍

ODISHA NEWS 2 weeks ago

ସମ୍ବଲପୁର, (୨୬/୦୯) : ଆପ୍ର : ଖୋଲିଲା ହୀରାକୁଦର ଆଉ ୩ଟି ଗେଟ୍ । ଉପର ମୁଣ୍ଡରୁ ଅତ୍ୟଧିକ ବନ୍ୟା ଜଳ ଆସିବା ଫଳରେ ବର୍ତ୍ତମାନ ୧୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । 

ବାମପଟେ ୧୧, ଡାହାଣ ପଟେ ୫ ଗେଟ ଖୋଲା । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ର ଜଲସ୍ତର ୬୨୯.୫୮ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୧୩ ହଜାର ୨୩୯ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୨ ଲକ୍ଷ ୪୮ହଜାର ୬୮ କ୍ୟୁସେକ ଜଳ। ୬୩୦ ଫୁଟ ନିକଟରେ ହୀରାକୁଦ ଜଳସ୍ତର । ଉପରମୁଣ୍ଡରୁ ଜଳ ପ୍ରବେଶ ଜାରି ରହିଥିବାରୁ ଜଳଭଣ୍ଡାରର ସ୍ଥିତି ଉପରେ ଲଗାତାର ନଜର ରଖାଯାଉଛି । 

ଜଳଭଣ୍ଡାରରେ କେତେ ଜଳ ପ୍ରବେଶ କରୁଛି ଏବଂ କେତେ ଜଳ ନିଷ୍କାସନ ହେଉଛି, ତାହାକୁ ଦୃଷ୍ଟିରେ ରଖି ଗେଟ୍ ପରିଚାଳନା କରାଯାଉଛି ।

ଏବେ ୧୬ଟି ଗେଟ୍ ଦେଇ ଜଳ ଛଡ଼ାଯାଉଥିବାରୁ ମହାନଦୀର ତଳମୁଣ୍ଡରେ ଜଳପ୍ରବାହ ବଢ଼ିବ। ଆଗକୁ ଛତିଶଗଡ଼ ପଟୁ ହୀରାକୁଦକୁ ଆସୁଥିବା ଜଳର ପରିମାଣ ଏବଂ ଜଳଭଣ୍ଡାରର ସ୍ତରକୁ ଦେଖି ଆବଶ୍ୟକ ହେଲେ ଗେଟ୍ ସଂଖ୍ୟାରେ ପରିବର୍ତ୍ତନ କରାଯାଇପାରେ।ଛତିଶଗଡ଼ ପାଣି ଉପରେ ନଜର ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS