ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ ଗୁଣପୁର, (୨୧/୧୨) : ଠିକ୍ ଫସଲ ଅମଳ ସମୟରେ ଦାଉ ସାଜିଛି ଲଘୁଚାପ ବର୍ଷା । ଗୁରୁବାର ଠାରୁ ଦିନ ତମାମ ଆରମ୍ଭ ହୋଇଛି ଲଘୁଚାପ ବର୍ଷା । ଖଳାରେ ଅମଳ ହୋଇ ପଡିଥିବା ଫସଲ ଭିଜିବା ପରେ ଚାଷୀଙ୍କ ଚିନ୍ତା ବଢ଼ିଛି । ଜିଲ୍ଲାରେ ୯୦ ପ୍ରତିଶତ ଚାଷୀ ବର୍ତ୍ତମାନ ଏହି ସମସ୍ୟାରେ ପଡ଼ିଛନ୍ତି । ଗୋଟିଏ ପଟେ କପା ଓ ଧାନ ମଣ୍ଡି ନାମକୁ ମାତ୍ର ଆରମ୍ଭ ହୋଇଥିବା ବେଳେ ଚାଷୀ ମୁଠାଏ ମଧ୍ୟ ଧାନ ବିକ୍ରି କରିନାହାନ୍ତି । ମିଲର ଓ ଯୋଗାଣ ବିଭାଗ ମଧ୍ୟରେ ଚାଲିଥିବା ବିବାଦରୁ ଧାନ ସଂଗ୍ରହ ଠପ୍ ହୋଇଯାଇଛି । ମିଲର ନିଜର ଦାବି ପୂରଣ ପାଇଁ ଅଡି ଵସିଥିବା ବେଳେ ଯୋଗାଣ ବିଭାଗ ଧାନ କିଣିବାରେ ବିଫଳ ହୋଇଛି । ଲଗାଣ ବର୍ଷା ଯୋଗୁଁ ହଜାର ହଜାର ଚାଷୀଙ୍କର ଧାନ ଖଳାରେ ପଡ଼ି ଓଦା ହେଉଥିବା ବେଳେ, ଚାଷୀମାନେ ଦିନରାତି ଏକ କରି ଫସଲକୁ ଜଗି ରହିଛନ୍ତି । .ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ବଡ଼ କୁଜେନ୍ଦ୍ରୀ ଗ୍ରାମରେ ।