ରିପୋର୍ଟ : ଗୋପୀନାଥ ଗୌଡ଼ ରାୟଗଡା, (୧୮/୦୨) : ଆଗାମୀ ତା- ୨୪/୦୨/୨୫ ସୋମବାର ଠାରୁ ୦୨/୦୩/୨୫ ରବିବାର ଦିନ ଯାଏଁ ହେବାକୁ ଯାଉଥିବା ସପ୍ତ ଦିନାତ୍ମକ ବିଶ୍ଵ ଶାନ୍ତି ତ୍ରୟମ୍ବକ ମହାଯଜ୍ଞ ତଥା ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ, ମହାଶିବରାତ୍ରି କାର୍ଯ୍ୟକ୍ରମ ଓ ତିନି ଦିନାତ୍ମକ ଅଷ୍ଟପ୍ରହରୀ ଆଦି ଗୁଡିକ ସୁରୁଖୁରୁରେ ସମାପନ ହେବା ନିମନ୍ତେ ଆଜି -୧୭/୦୨/୨୫ ସୋମବାର ଦିନ ୯ ଟାରେ ମନ୍ଦିର ପରିସରରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର ପ୍ରିୟ ଦର୍ଶିନୀ ସ୍ୱାଇଁ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାର ପଣ୍ଡିତ ଶ୍ରୀ ନିଳ ମାଧବ ତ୍ରିପାଠୀଙ୍କ ସହିତ ରାୟଗଡ଼ା ରାଜ ପୁରୋହିତ ଶ୍ରୀ ବିରଞ୍ଚି ନାରାୟଣ ଦାସ ଏବଂ ବିଭିନ୍ନ ପଣ୍ଡିତ ତଥା ବ୍ରାହ୍ମଣମାନଙ୍କ ଦ୍ଵାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।