Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ODISHA NEWS 1 year ago

ରିପୋର୍ଟ : ଗୋପୀନାଥ ଗୌଡ଼ 
ରାୟଗଡା, (୧୮/୦୨) : ଆଗାମୀ ତା- ୨୪/୦୨/୨୫ ସୋମବାର ଠାରୁ ୦୨/୦୩/୨୫ ରବିବାର ଦିନ ଯାଏଁ ହେବାକୁ ଯାଉଥିବା ସପ୍ତ ଦିନାତ୍ମକ ବିଶ୍ଵ ଶାନ୍ତି ତ୍ରୟମ୍ବକ ମହାଯଜ୍ଞ ତଥା ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ, ମହାଶିବରାତ୍ରି କାର୍ଯ୍ୟକ୍ରମ ଓ ତିନି ଦିନାତ୍ମକ ଅଷ୍ଟପ୍ରହରୀ ଆଦି ଗୁଡିକ ସୁରୁଖୁରୁରେ ସମାପନ ହେବା ନିମନ୍ତେ ଆଜି -୧୭/୦୨/୨୫ ସୋମବାର ଦିନ ୯ ଟାରେ ମନ୍ଦିର ପରିସରରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଅଛି । 

ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର ପ୍ରିୟ ଦର୍ଶିନୀ ସ୍ୱାଇଁ ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାର ପଣ୍ଡିତ ଶ୍ରୀ ନିଳ ମାଧବ ତ୍ରିପାଠୀଙ୍କ ସହିତ ରାୟଗଡ଼ା ରାଜ ପୁରୋହିତ ଶ୍ରୀ ବିରଞ୍ଚି ନାରାୟଣ ଦାସ ଏବଂ ବିଭିନ୍ନ ପଣ୍ଡିତ ତଥା ବ୍ରାହ୍ମଣମାନଙ୍କ ଦ୍ଵାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ସପ୍ତ ଦିନାତ୍ମକ ଯଜ୍ଞରେ କର୍ତ୍ତା ଭାବରେ ପାଞ୍ଚ ଜଣଙ୍କୁ ଗ୍ରହଣ କରାଯାଇଛି। ଯଥା - ହରିଶ୍ଚନ୍ଦ୍ର ଦାସ, ବାଳକୃଷ୍ଣ ପାଣିଗ୍ରାହୀ, ଦେବାଶିଷ ବକ୍ସିପାତ୍ର, ନରେନ୍ କୁମୁନ୍ଦନ୍, ସୁଶାନ୍ତ ସାହୁ। ରାୟଗଡ଼ା ଜିଲ୍ଲାର ସର୍ବ ପୂରାତନ ସ୍ବୟମ୍ଭୁ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବଙ୍କ ଏହି ପବିତ୍ର କାର୍ଯ୍ୟକ୍ରମରେ ସମସ୍ତ ଭକ୍ତ ବୃନ୍ଦ ସପରିବାର ଯୋଗଦାନ କରି ମହାଦେବଙ୍କ ଆଶିର୍ବାଦ ଲାଭ କରିବା ସହ, ଆର୍ଥିକ ସହଯୋଗ ଓ ସେବା କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ମନ୍ଦିର ପରିଚାଳନା କମିଟି ସଭାପତି ସୁନୀଲ ଚନ୍ଦ୍ର ପଣ୍ଡା (ଝୁନା ପଣ୍ଡା)। ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର ପୂଜକ ପ୍ରଦୀପ ରଣା, ମନୋଜ ମିଶ୍ର (ବାବୁନା), ଅଜୟ ରଥ, ରଞ୍ଜନ ରଥ, ଗୋପ ରଞ୍ଜନ ବକ୍ସିପାତ୍ର, ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS