Dailyhunt
ମୁରିବାହାଲରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ମୁରିବାହାଲରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ODISHA NEWS 1 year ago

ରିପୋର୍ଟ : ଭଗବାନ ମହାନ୍ତି 
ମୁରିବାହାଲ, (୨୭/୦୧) : ମୁରିବାହାଲ ବ୍ଲକରେ ୭୬ତମ ସାଧାରଣତନ୍ତ୍ର  ଦିବସ ପାଳିତ ହୋଇଯାଇଛି। ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା। 

ମୁରିବାହାଲ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର,ତହସିଲଦାର ଜଗଦୀଶ କର୍ତାମୀ, ଥାନା ଆଇଆଇସି ସିପୋରା ସରାୟ ଲୁଗୁନ,ବିଇଓ ଶାନ୍ତନୁ କୁମାର ପଢ଼ିହାରୀ,ନବନିଯୁକ୍ତ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ, ଏଇଇ ଅବିନାଶ ମୁଦି,ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତ୍ରୀବିକ୍ରମ ସାହୁ, ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁନୀଲ କୁମାର ପାତ୍ର,ସମିତି ସଭ୍ୟ ଚକ୍ରଧର ହେର୍ଣା, ପତ୍ରାପାଲି(କ)ସମିତି ସଭ୍ୟ ସନ୍ନ୍ୟାସୀ ପୁଟେଲ, ଜିପିଇଓ ଗଙ୍ଗାଧର ଛତର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।  .

ଏହି ଅବସରରେ ସମଗ୍ର ବ୍ଲକ ଅଞ୍ଚଳରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।ବିଚାରକଙ୍କ ଦ୍ଵାରା ପ୍ୟାରେଡରେ ଶ୍ରେଷ୍ଠ ବିବେଚିତ ବିଦ୍ୟାଳୟଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା।

ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ବ୍ଲକ ବିଏସଏସଓ ରିଙ୍କୁ ମେହେର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS