Dailyhunt
ନିର୍ମାଣାଧୀନ କୋଠାରୁ ୩୦ ବୋମା ଜବତ

ନିର୍ମାଣାଧୀନ କୋଠାରୁ ୩୦ ବୋମା ଜବତ

ODISHA NEWS 1 year ago

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //  
ଗଞ୍ଜାମ, (୧୧/୦୧) : ଗଞ୍ଜାମ ଜିଲ୍ଲାର ଖଜୁରିଆ ନିକଟ ଏକ ନିର୍ମାଣାଧୀନ କୋଠାରୁ ପୁଲିସ ବୋମା ଭର୍ତ୍ତି ବ୍ୟାଗ ଜବତ କରିଛି । 

୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବସ୍ଥ ଖଜୁରିଆର ଏହି କୋଠାରେ ଦୁର୍ବୃତ୍ତମାନେ ଉକ୍ତ ବ୍ୟାଗଟିକୁ ଛାଡ଼ି ପଳାଇଛନ୍ତି। ବ୍ୟାଗରୁ ୩୦ରୁ ଅଧିକ ବୋମାକୁ ପୁଲିସ ଜବତ କରିଛି । ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ଦୁର୍ବୃତ୍ତମାନେ ପୁଲିସ ଗାଡ଼ି ଦେଖି ଉକ୍ତ କୋଠାରେ ବ୍ୟାଗକୁ ଲୁଚାଇ ଫେରାର ହୋଇଯାଇଥିଲେ । ପୁଲିସ ସନ୍ଦେହରେ ବ୍ୟାଗ ଯାଞ୍ଚ କରିବା ସମୟରେ ସେଥିରେ ବୋମା ରହିଥିବା ଜଣାପଡ଼ିଥିଲା । ପୁଲିସ ବୋମାଗୁଡ଼ିକୁ ନିଷ୍କ୍ରିୟ କରିବାକୁ ଯୋଜନା କରୁଥିବାବେଳେ ଘଟଣାର ଅଧିକ ତଦନ୍ତ ଚଳାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS