Dailyhunt
ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ODISHA NEWS 3 years ago

ରିପୋର୍ଟ : ଗୋପୀନାଥ ଗୌଡ଼ 
ରାୟଗଡ଼ା /ପଦ୍ମପୁର, (୨୫/୦୭) : ତା. ୨୫/୦୭/୨୦୨୨ ରିଖ ଆଜି ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । 
 
ପଦ୍ମପୁର ବ୍ଲକରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧାଦେବ ସି, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ, ରବି ନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ଗୁଣପୁର, ଲୋକନାଥ ଦଳ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟ, ଆର. କାଳାଇବରଣ, ସହାକାରୀ ବନ ସଂରକ୍ଷକ, ମଣୀମାଳା ଶବର, ଅଧ୍ୟକ୍ଷା, ପଦ୍ମପୁର ପଞ୍ଚାୟତ ସମିତି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା, ଜିଲ୍ଲା ଯୋଗାଣ ଅଧିକାରୀ, ରମାକାନ୍ତ ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାମଚନ୍ଦ୍ର ଦାସ, ରାୟଗଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ଶତପଥୀ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ, ଗ୍ରାମୀୟ ଜଳଯୋଗାଣ ନିର୍ବାହୀଯନ୍ତ୍ରୀ, ଚିତ୍ତରଞ୍ଜନ ଜେନା, ଜିଲ୍ଲା ପଞ୍ଚାୟତ ଅଧିକାରୀ, ସୂର୍ଯ୍ୟ ନାରାୟଣ ମହାରଣା, ନିର୍ବାହୀଯନ୍ତ୍ରୀ, ଗ୍ରାମୀୟ ନିର୍ମାଣ ବିଭାଗ, ଗୁଣପୁର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ସୁକାନ୍ତ କୁମାର ପ୍ରଧାନ, ନିର୍ବାହୀଯନ୍ତ୍ରୀ ଉଠା ଜଳସେଚନ ପଏଣ୍ଟ, ଗୁଣପୁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବସନ୍ତ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଯାଜ୍ଞସେନୀ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଭିକ୍ଟରିଆ କୁଲୁ, ବିଡ଼ିଓ ରୀନା ପ୍ରଧାନ, ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ  ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।  .


ଆଜି ମୋଟ ୭୧ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା ସେଥି ମଧ୍ୟରୁ ୫୭ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ, ୧୪ଗୋଟି ଗ୍ରାମ ବାସୀ ମାନଙ୍କର ଅଭିଯୋଗ ଥିଲା ।

୨ ଜଣକୁ ୧୦ ହଜାର ଟଙ୍କା ଲେଖାଏଁ ମୋଟ ୨୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ l

ସେହିପରି ୧୫ ଜଣ ଚାଷୀଙ୍କୁ ଜଙ୍ଗଲ ଜମି ପଟ୍ଟା ଏବଂ ୫୧ ବିଦ୍ୟାଳୟକୁ ଆରଓଆର ପଟ୍ଟା ଜିଲ୍ଲାପାଳ ପ୍ରଦାନ କରିଥିଲେ l ଜିଲ୍ଲାପାଳ ଶ୍ରୀମତୀ ଦେବ ସିଂ ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜିଲ୍ଲାପାଳ ପଦ୍ମପୁର ସ୍ଥିତ ବିଜୟାନନ୍ଦ 5T ବିଦ୍ୟାଳୟ, ପରିଦର୍ଶନ କରିବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରିଥିଲେ l 


ପଦ୍ମପୁର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ନିର୍ମିତ ୱାଲ ପେଣ୍ଟିଙ୍ଗ, ଖମାପଦର ଗାଁର ମଡେଲ ପୁନରୁଦ୍ଧାର ପୋଖରି କରାଯାଇଥବା ଲଛମନଗୁଡା ଠାରେ ଫାଲଗୁନି ଶବର ଚାଷୀଦ୍ୱାରା କରାଯାଇଥିବା ମାଛ ଚାଷ ପଖୋରୀ ଓ ଅନ୍ୟାନ୍ୟ ଚାଷ ବୁଲି ଦେଖିଥିଲେ l ଆଖୁସିଙ୍ଗ ଗ୍ରାମ ର 5T ବିଦ୍ୟାଳୟ ଏବଂ ଇନ୍ଦୁପୁର ଗ୍ରାମ ର ଅମୃତ ସରବର ଗ୍ରାମୀୟ ପୋଖରୀ ପରିଦର୍ଶନ କରିଥିଲେ l

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS