Dailyhunt
ପ୍ରେସ ୟୁନିଅର ବାର୍ଷିକ ଉତ୍ସବ

ପ୍ରେସ ୟୁନିଅର ବାର୍ଷିକ ଉତ୍ସବ

ODISHA NEWS 1 year ago

ରିପୋର୍ଟ : ଗୋପୀନାଥ ଗୌଡ଼ 
ରାୟଗଡା, (୦୬/୦୧) : ଫେବୃଆରୀ ୨୮ରେ ପ୍ରେସ ୟୁନିଅନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶୃଙ୍ଖଳିତ ସ୍ୱଭାବରୁ ଜିଲ୍ଲାରେ ୟୁନିଅନ ଶ୍ରେଷ୍ଠ ହୋଇପାରିଛି ।

ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରେସ୍  ୟୁନିଅନ ରାୟଗଡର ବନ୍ଧୁମିଳନ ଓ ବଣ ଭୋଜି ଶୁକ୍ରବାର ସ୍ଥାନୀୟ ସଂକେଶ ନିକଟ ଟେଗ୍ ତୋଟାରେ  ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ଆଗାମୀ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ କିଭଳି ଆୟଜନ ହେବ ସେ ନେଇ ଆଲୋଚନା ହୋଇଥିଲା । ପ୍ରତିଷ୍ଠା ଦିବସ ପ୍ରତ୍ୟକ ବର୍ଷ ଭଳି ଜାନୁଆରୀ ୨୧ ତାରିଖରେ ପାଳନ କରାଯିବାକୁ ନିଷ୍ପତି ନିଆଯାଇଛି । ଫେବୃଆରୀ ୨୮ ତାରିଖରେ ବାର୍ଷିକ ଉତ୍ସବ ପାଳନ କରାଯିବାକୁ ନିଷ୍ପତି ନିଆଯାଇଛି । ୟୁନିଅନ ସଭାପତି କହିଥିଲେ ୟୁନିଅନର ଏକତା ନିଷ୍ଠାପର ଓ ଶୃଙ୍ଖଳିତ ସ୍ଵଭାଵରୁ  ସାମ୍ବାଦିକଙ୍କ ସହ ସାଧାରଣରେ ୟୁନିଅନ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନରେ ପହଂଚିଛି ।  .

ୟୁନିଅନର ଶୃଙ୍ଖଳିତ ଆଦର୍ଶ ମୋତେ ପ୍ରେରଣା ଦେଇଥିଲା ତେଣୁ ମୁ ମଧ୍ୟ ଗତ ଦିନରେ ୟୁନିଅନରେ ସାମିଲ ହୋଇଥିଲି  ବୋଲି ୟୁନିଅନର ସଭାପତି ଅମୁଲ୍ୟ ସାହୁ ପ୍ରକାଶ କରିଛନ୍ତି।

 ଆଗାମୀ ଦିନରେ ୟୁନିଅନକୁ ଆହୁରି ଶୀର୍ଷକୁ ନେବାକୁ ଚେଷ୍ଟା କରିବି ବୋଲି କହିଥିଲେ। ସେହିଭଳି ୟୁନିଅନର ସାଧାରଣ ସମ୍ପାଦକ ଶିବାଜୀ ଦାଶ କହିଥିଲେ ସମସ୍ତ ସଭ୍ୟଙ୍କ ନିଷ୍ଠା ଓ ସାମ୍ବାଦିକ ବୃତି ଓ ଏକତା ଆମ ୟୁନିଅନକୁ ସ୍ୱତନ୍ତ୍ର ପରିଚୟ ଦେଇ ପାରିଛି ଆଗକୁ ମଧ୍ୟ ଆହୁରି ବହୁତ କିଛି କରିବାକୁ ବାକିଅଛି ।

ପ୍ରେସ ୟୁନିଅନରେ ସମସ୍ତ ସାମ୍ବାଦିକ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ଆଜିର ଏହି ବନ୍ଧୁମିଳନ ଓ ବୋଣ ଭୋଜି କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନାର  ଲୋକସମ୍ପର୍କ ଅଧିକାରୀ ପିରାମ୍ବାର ବେହେରା , ଇଣ୍ଡାଲ୍କୋ ର ତନ୍ମୟ ମହାନ୍ତି ଓ ଜେକେ କାଗଜ କଳର ମିଳନ ଲେଙ୍କା ଙ୍କ ସମେତ  ରାୟଗଡ ଟ୍ରକ ମାଲିକ ସଂଘ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲ କୋଣ୍ଡା ବାବୁ, ସିଏ  ପୃଥ୍ବୀରାଜ , କେ .ଶ୍ରୀନିବାସ , ଜ଼ିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ମୋର୍ଚ୍ଚାରେ କାଳିରାମ ମାଝୀ, ବୁଜେପି ଯୁବ ମୋର୍ଚ୍ଚା ଉମେଶ ଖୋସଲା, ସେଞ୍ଚୁରିୟନ ୟୁନିଭେର୍ସିଟି ରେ ନିର୍ଦେଶକ ରାଜେଶ ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ଓ ଗ୍ରନ୍ଥାଗାର ଡମ୍ବୁରୁ ପଣ୍ଡା, ଅବସର ପ୍ରାପ୍ତ ଅଧ୍ୟାପକ ଡ଼କ୍ଟର ଦୁଷ୍ମନ୍ତ କୁମାର୍ ମହାନ୍ତି, ଜି ଆଇ ସି ଆର ରେ ନିର୍ଦ୍ଧେଶକ ଗୋବିନ୍ଦ ରଥ, ରିତମ ର ପରିଚାଳକ ସୂର୍ଯ୍ୟ କାନ୍ତ  ସରଙ୍ଗୀ, ଅଡିସନାଲ ଏସ ପି  ବିଷ୍ଣୁ ପାତ୍ର ,ସତ୍ୟବାଦୀ ପତି ଙ୍କ ସମତେ ବହୁ ମାନ୍ୟଗଣ ବ୍ୟକ୍ତି ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନଙ୍କ ସହିତ ରହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ ।

ୟୁନିଅନ ରେ ସଭାପତି ଅମୁଲ୍ୟ ରତନ ସାହୁ ଙ୍କ  ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ  ଉପ ସଭାପତି ଏଙ୍କିଟି ପାଢ଼ୀ, ସହ ସମ୍ପାଦକ ମୃତ୍ୟଞ୍ଜୟ ନନ୍ଦ କୋଷାଧକ୍ଷ ରଶ୍ମିରଂଜନ ଦୋରା ଉପଦେଷ୍ଟା ସୁରେଶ ଦାସଓ ଜନ୍ମେଜୟ ସ୍ୱାଇଁ ସହଯୋଗ କରିଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ୟୁନିଅନ ର ମଉଡି ବାରିକ ,ବୁରୁଡି ବେଙ୍କଟ ରମଣ , ଅମୁଲ୍ୟ ନିଶଙ୍କ, ଆଇ ସର୍ବେଶ୍ୱର ରାଓ, ଗୌତମ ଉଲାକା, ମନୋଜ ମିଶ୍ର, ଗଣେଶ ରାଉତ, ସନ୍ତୋଷ ଦାଶ , ରଘୁନାଥ ସାମଲ, ଗୌତମ ଉଲାକା, ସନ୍ତୋଷ ପାଣିଗ୍ରାହୀ, ପରମାନନ୍ଦ ପ୍ରଧାନ,ରାଜେଶ ମହାନ୍ତି ସୁଶାନ୍ତ ପଣ୍ଡା,ସନ୍ତୋଷ ପାଢ଼ୀ ପ୍ରସନ ପଣ୍ଡା,ଗଣେଶ ରାଉତ, ସଂକେତ ପାତ୍ର, ରଜନୀକାନ୍ତ ପାଳ, ଙ୍କ ସମତେ ଅନ୍ୟ ସାମ୍ବାଦିକ ଭାଈ ମାନେ ଯୋଗ ଦେଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS