ରାଇକିଆ, (୦୩/୦୭) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ଥାନାରେ ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ରାଇକିଆ ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସବ୍ ଇନ୍ସପେକ୍ଟର ଆଶୁତୋଷ ପାଇକରାୟ, ଏ ଏସ ଆଇ ତପନ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ । ରାଇକିଆ ଥାନା ଅଧିକାରୀ ଏହି ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ସଂପର୍କରେ କହିବା ସହ ଛାତ୍ରଜୀବନରେ ଖରାପ ସାଙ୍ଗ, ପ୍ରଲୋଭନ କିମ୍ବା ନିଆଯାଇଥିବା ଏକ ଭୁଲ ପଦକ୍ଷେପ ସେମାନଙ୍କ ସମ୍ପୂର୍ଣ ଜୀବନକୁ ବିପଦ କରିପାରେ ।
ତେଣୁ ସୁସ୍ଥ ଜୀବନଶୈଳୀ ଅବଲମ୍ବନ କରିବା ଓ ସମସ୍ତ ପ୍ରକାରର ନିଶାଦ୍ରବ୍ୟଠାରୁ ଦୂରେଇ ରହିବାକୁ ଉପସ୍ଥିତ ଥିବା କଲେଜ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦିଆଯାଇଛି ।

