Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଉରକେଲାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ରାଉରକେଲାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ODISHA NEWS 2 weeks ago

ରାଉରକେଲା, (୦୧/୧୦) : ଆପ୍ର : ବନ୍ୟପ୍ରାଣୀ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା ଏବଂ ମାନବ-ବନ୍ୟପ୍ରାଣୀ ସହାବସ୍ଥାନ ସଚେତନତା ନେଇ ରାଉରକେଲାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ୨୦୨୬ ପାଳିତ ହୋଇଛି । 

ଦୀପ୍ତି ହୋଟେଲ ଠାରୁ ଆଇଜି ପାର୍କ ପର୍ଯ୍ୟନ୍ତ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ସାରଦା ପ୍ରସାଦ ନାୟକ, ଡିଆଇଜି, ଆର୍‌ସିସିଏଫ୍‌, ଜିଲ୍ଲାପାଳ, ଡିଏଫ୍‌ଓ ରାଉରକେଲା ଓ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ପ୍ରାୟ ୧୫୦ ଛାତ୍ରଛାତ୍ରୀ ଓ ଜନସାଧାରଣ ରାଲିରେ ସାମିଲ ହୋଇ ସଚେତନତା ବାର୍ତ୍ତା ଦେଇଥିଲେ । ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଆଇଜି ପାର୍କରେ ବନ୍ୟପ୍ରାଣୀ ସଚେତନତା ପ୍ରଦର୍ଶନୀ ଆୟୋଜନ କରାଯାଇଛି । ଏହା ସାଧାରଣ ଜନତାଙ୍କ ପାଇଁ ଖୋଲା ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS