ରାୟଗଡା, (୨୧/୦୬) : ଆପ୍ର : ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ରାୟଗଡା ଜିଲ୍ଲାର ଆମ୍ବାଗୁଡ଼ା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ରେ ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବୀନ ନାୟକ, ଏସ୍ଡିସି ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ସାବର, ଏସ୍ଡିସି ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିନିଆକା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ସେଖ ଆଲେନୁର, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରି ଏବଂ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝୀ ପ୍ରମୁଖ ଉପସ୍ଥିତ ରହି ଯୋଗର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ ।
ଏହି ଜିଲ୍ଲାସ୍ତରୀୟ ଉତ୍ସବରେ ଭାରତୀୟ ମଜଦୁର ସଂଘର ସଦସ୍ୟ, ଯୋଗ ଗୁରୁ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍, ସମାଜସେବୀ, ସ୍ଥାନୀୟ ଜନସାଧାରଣ ତଥା ବିଭିନ୍ନ ବର୍ଗର ପ୍ରାୟ ୫୦୦ ଜଣ ଲୋକ ଅଂଶଗ୍ରହଣ କରିଥିଲେ। ସମସ୍ତେ ଏକାଠି ଯୋଗାଭ୍ୟାସ କରି ସୁସ୍ଥ ଜୀବନ ପାଇଁ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ସଂକଳ୍ପ ନେଇଥିଲେ ।

