ପୁରୁଷୋତ୍ତମପୁର, (୨୦/୦୯) : ଆପ୍ର : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କମା ନଳୀ ନକ୍ଷ ପୁର ଗ୍ରାମରେ ଗତକାଲି ରାତ୍ରରେ ଜଣେ ମହିଳା ଭାସି ବେହେରା (୪୮) ପିତା ଲେଟ-- ଭଗବାନ ବେହେରା ଙ୍କୁ ବିଷଧର ସର୍ପ ଦଂଶନ କରିଥିଲା ।
ଫଳରେ ଚିକିତ୍ସା ଲାଗି ପ୍ରଥମେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ଥିଲା କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇ ଚିକିତ୍ସିତକରାଯାଇଥିଲା । କିନ୍ତୁ ଆଜି ସକାଳେ ବ୍ ମେଡିକାଲ ରେ ତାଙ୍କର ମୃତ୍ୟୁ ଘଟିଛି । ବ୍ରହ୍ମପୁର ବିଏନ୍ପୁର ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦପାଇଁ ପଠାଇ ପୁରୁଷୋତ୍ତମପୁର ପୋଲିସକୁ ଏହିବିଷୟରେ ଜଣାଇଛନ୍ତି । ଏହି ଖବର ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା ଶୁଣି ସଙ୍ଗେ ସଙ୍ଗେ କେ ଏନ ପୁର ଆରାଇ ଙ୍କୁ ଖବର ଦେଈ ଘଟଣା ସ୍ଥଳକୁ ପଠାଇ ଥିଲେ ।

