Dailyhunt
ସରକାରୀ ଯାତ୍ରୀବାହୀ ବସ୍  କଣ୍ଡକ୍ଟରଙ୍କ ମନମାନି

ସରକାରୀ ଯାତ୍ରୀବାହୀ ବସ୍  କଣ୍ଡକ୍ଟରଙ୍କ ମନମାନି

ODISHA NEWS 1 year ago

ରିପୋର୍ଟ : ଗୋପୀନାଥ ଗୌଡ଼ 
ରାୟଗଡା, (୧୦/୦୩) : ବ୍ରହ୍ମପୁର ଠାରୁ ଉମରକଟ ଯାଉଥିବା OD07A J2282 ସରକାରୀ ବସ୍ କଣ୍ଡକ୍ଟର ଙ୍କ ମନମାନି ଦେଖିବାକୁ ମିଳିଛି । 

୮ତାରିଖ ଦିନ ବ୍ରହ୍ମପୁର ଠାରୁ ରାୟଗଡା ଆସିବା ପାଇଁ ସାମ୍ୱାଦିକ ଗୋପିନାଥ ଗୌଡ଼ ବ୍ରହ୍ମପୁରରେ ଥିବା OSRTC ବସ୍ କାଉଣ୍ଟରରେ ପହଞ୍ଚିଥିଲେ । କିନ୍ତୁ, କାଉଣ୍ଟର ଥିବା କର୍ମଚାରୀ ଜଣକ କହିଥିଲେ ବସ୍ ଭିତରେ କଣ୍ଡକ୍ଟର ଟିକେଟ ଦେଇ - ଦେବେ। ବସ୍ ଭିତରେ ବସିବା ପରେ କଣ୍ଡକ୍ଟର ଜଣଙ୍କ ୨୧ନମ୍ୱର୍ ସିଟ୍ ରେ ବସିବାକୁ କହି ଟିକେଟ ଦେଇଥିଲେ।  କିନ୍ତୁ, କିଛି ବାଟ ଆସିବା ପରେ ଗୁମୁଡ଼ାରେ ସେହି ସିଟ୍ ରିଜର୍ଭ ହୋଇଛି କହି ଉଠାଇ ଦେଇଥିଲେ। ଏବଂ ଠିଆ ହୋଇ ଯିବାକୁ କହିଥିଲେ ନଚେତ୍ ଗାଡ଼ି ରୁ ଅହ୍ଲେଇ ଯିବାକୁ କହିଥିଲେ ।

ଅନ୍ୟ ଯାତ୍ରୀଙ୍କ ଅନଲାଇନ ଟିକେଟ ହୋଇଛି ଉଠିବାକୁ ପଡ଼ିବ ବୋଲି ବାଧ୍ୟ କରିଥିଲେ । 

ଏଠାରେ ପ୍ରଶ୍ନ ଉଠୁଛି ନିର୍ଦ୍ଧିଷ୍ଟ ଗନ୍ତବ୍ୟ ସ୍ଥଳରୁ ବସ୍ ବାହାରିବା ପରେ ମଧ୍ୟ ବସ ରେ ସିଟ୍ ମିଳିବ ନାହିଁ କାହିଁକି! ଅନ୍ୟପଟେ ଟିକେଟ କାଉଣ୍ଟରରେ ଟିକେଟ ମାଗିଲେ ବସ୍ କଣ୍ଡକ୍ଟରଙ୍କୁ ଦେଖାଉଛନ୍ତି। ବସ୍ କଣ୍ଡକ୍ଟର ନିଜର ମନମାନି କରୁଛନ୍ତି। ଏଠାରେ ପ୍ରଶ୍ନ ଉଠିଛି ଯାତ୍ରୀବାହି ବସରେ ଯାତ୍ରା କରିବା ସମସ୍ତ ଯାତ୍ରୀ କଣ ଅନଲାଇନ ଟିକେଟ କରି ବସିଥିଲେ କି। ଯଦି ହଁ ତେବେ ବ୍ରହ୍ମପୁର ଠାରୁ ଟିକେଟ ନେଇ ଓ ସିଟ୍ ଦେଇ ଉଠାଇ ଦେଲେ କାହିଁକି! ରାୟଗଡ଼ କମ ବାଟ ନୁହେଁ, ୨୫୦ କିଲୋ ମିଟର ରାତ୍ର ସମୟ ଅଧା ବାଟ ଆସିବା ପରେ କୁହାଯାଉଛି ଯେ ଅନଲାଇନ ଟିକେଟ ହୋଇଛି ଉଠିପଡ ଏହା କେତେ ଦୂର ଯୁକ୍ତି ସଙ୍ଗତ। କଣ୍ଡକ୍ଟର ମହାଶୟଙ୍କୁ ଯଣା ନ ଥିଲା କି ଯେ ବ୍ରହ୍ମପୁର ଠାରୁ ରାୟଗଡ଼ କେଉଁ ସିଟ୍ ଖାଲି ଅଛି ଟିକେଟର ଦାମ ଠିକ୍ ଭାବରେ ନେଇକି ମଧ୍ୟ ସାମ୍ବାଦିକଙ୍କ ସହ ଏହିଭଳି ମନୋଭାବ କାହିଁକି। 

ବ୍ରହ୍ମପୁର ରୁ ହିଁ ନିର୍ଦ୍ଧିଷ୍ଟ ସିଟ୍ ଦେଇ ଦେବା ଉଚିତ୍ ଥିଲା। ରାତ୍ରି ସମୟରେ ଅଧା ବାଟ ଆସିବା ପରେ ଅନଲାଇନ ଟିକେଟ ହୋଇନି ତ, ଠିଆ ହୋଇକି ଯାଅ ବୋଲି କହିବା କେତେ ଦୂର୍ ଠିକ୍। ଲୋକେ ଜରୁରି କାଳୀନ ସେବାରେ ଦୁର ଦୁରାନ୍ତର  ସରଳ  ଯାତାୟତ କରିବା ପାଇଁ ବସ୍ ଉପରେ ନିର୍ଭର କରନ୍ତି। ବସରେ ଯଦି କଣ୍ଡକ୍ଟରଙ୍କ ମନମାନି ଦ୍ଵାରା ହୋଇରାଣ ହେବାକୁ ପଡ଼େ, ତେବେ କାହାକୁ ଗୁହାରି କରିବେ। କଣ ସମ୍ପୂର୍ଣ୍ଣ ବସରେ ଥିବା ସିଟ୍ ଗୁଡ଼ିକ ଅନଲାଇନ ଟିକେଟ ଉପରେ ନିର୍ଭର କରିଥାଏ କି? ଯେଉଁ ଗ୍ରାମ ଗୁଡ଼ିକ ଦେଇ ବସ୍ ଚଳାଚଳ କରୁଛି, ସେହି ଗ୍ରାମବାସୀଙ୍କ ପାଇଁ ବସ୍ ଯାତ୍ରା ସମ୍ଭବ ନୁହେଁ କି ବୋଲି ପ୍ରଶ୍ନ ଉଠିଛି।  ସରକାରି ଯାତ୍ରୀବାହୀ ବସ୍ ଦୁର ଯାତ୍ରା ସମୟରେ କଣ୍ଡକ୍ଟରଙ୍କ ଏହିଭଳି ବ୍ୟବହାରକୁ ରାୟଗଡ଼ ଡିଜିଟାଲ ମିଡିଆ ସଂଘ ଦୃଢ଼ ନିନ୍ଦା କରିଛନ୍ତି । 

ଆଗାମୀ ଦିନରେ ସାମ୍ୱାଦିକ ହିଁ ନୁହଁନ୍ତି ଯାତ୍ରୀ ମାନଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ଏଥିପ୍ରତି ଧ୍ୟାନ ଦେବା ନିମନ୍ତେ ବସ୍ ଆସିଷ୍ଟାଣ୍ଟ ମ୍ୟାନେଜର ସଂଗ୍ରାମୀ କିଶୋର ଜେନାଙ୍କୁ ସାମ୍ୱାଦିକ ଗୋପିନାଥ ଗୌଡ଼ ଏବଂ ଡିଜିଟାଲ ମିଡ଼ିଆ ସଂଘର ସଦସ୍ୟ ମାନେ ଅନୁରୋଧ କରିଛନ୍ତି। ଲୋକଙ୍କ ପାଈଁ ବସ୍ ସେବା ଅନଲାଇନ/ on-line କହି ଯଦି ଯାତ୍ରୀଙ୍କୁ ବସ୍ ରେ ସିଟ୍ ଦେବ ନାହିଁ ବସ୍ ରେ ଚଢ଼ିବାକୁ ଦେବ ନାହିଁ ତେବେ ଯାତ୍ରୀ ମାନଙ୍କ ଆକ୍ରସର ଶିକାର ହେବାକୁ ପଡ଼ିଥାଏ ଏହିଭଳି ପରିସ୍ଥିତି ଯେପରି ନ ଆସୁ ଏଥିପାଇଁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS