ଦେଓଗାଁ, (୧୧/୧୧) : ଆପ୍ର : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତର ରାଏପାଲି ସ୍ଥିତ ମାହେଶ୍ୱରୀ ପୀଠରେ ବଲାଙ୍ଗିର ସଦର ବ୍ଲକ ଓ ଦେଓଗାଁ ବ୍ଲକର ୧୧ ଖଣ୍ଡ ଗାଁ ଲୋକଙ୍କୁ ନେଇ ଗଠିତ ହୋଇଥିବା ଷାଠିଏ ଘର ଡୁମାଲ ସମାଜର ଆଞ୍ଚଳିକ ସଂଗଠନର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଈଶ୍ୱର କରନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ବିରଞ୍ଚି ପଧାନଙ୍କୁ ସଭାପତି ଭାବେ ମନୋନୀତ କରିଥିବା ବେଳେ ଉପସଭାପତି ଭାବେ ଗୁପ୍ତେଶ୍ୱର ପାତ୍ର, ସଂପାଦକ ଈଶ୍ୱର କରନ, ସହସମ୍ପାଦକ ସୁବାସ ପଧାନ, କୋଷାଧକ୍ଷ ଭାବେ ସନ୍ତୋଷ ପଲତାଙ୍କୁ ଚୟନ କରାଯାଇଛି । ତେବେ ଆଗାମୀ ଦିନରେ ଆଞ୍ଚଳିକ ସଂଗଠନକୁ ମହଜୁତ କରିବା ପାଇଁ ପ୍ରତି ଗାଁ'ରେ ବୈଠକ କରି ଗ୍ରାମ୍ୟ କମିଟି ଗଠନ କରିବା ସଜ ସାମଜିକ ରୀତିନୀତିକୁ ଲୋକଙ୍କ ସହ ଆଲୋଚନା କରିବାକୁ ଆଲୋଚନା ହୋଇଥିଲା ।

