Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶିକ୍ଷକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ, ଦୁର୍ବୃତ୍ତ ଫେରାର

ଶିକ୍ଷକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ, ଦୁର୍ବୃତ୍ତ ଫେରାର

ODISHA NEWS 5 months ago

ପଦ୍ମପୁର, (୦୮/୦୬) : ଆପ୍ର : ଶିକ୍ଷକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ । ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସ ଠାରେ ରାଜରାସ୍ତା ଜନଗହଳିପୂର୍ଣ୍ଣ ସ୍ଥାନରେ ଜଣେ ଶିକ୍ଷକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୁର୍ବୃତ୍ତ । 

ଲହୁଲୁହାଣ ଆକ୍ରମଣ କରି ମୋଟରସାଇକେଲ ରେ ଫେରାର୍ ମାରିଲେ ଦୁର୍ବୃତ୍ତ ।  ପଦ୍ମପୁର ମେଲଛାମୁଣ୍ଡା ଥାନା ଘେଁସ ଜନଗହଳିପୂର୍ଣ୍ଣ ରାଜରାସ୍ତା ଉପରେ ଶିକ୍ଷକଙ୍କୁ ଆକ୍ରମଣ । ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରି ବାଇକରେ ଫେରାର ହୋଇଗଲେ ଦୁର୍ବୃତ୍ତ । ଘରୋଇ କଳହକୁ କେନ୍ଦ୍ର କରି ଆକ୍ରମଣ କରିଥିବା ସୂଚନା । ଘେଁସ ଗାଁ'ର ନବୀନ ସେଠ ଗତକାଲି ସନ୍ଧ୍ୟାରେ କୌଣସି ଏକ କାମରେ ସମ୍ପର୍କୀୟଙ୍କ ସହ ବାହାରକୁ ଯାଇଥିବାବେଳେ ସୋହେଲା-ପଦ୍ମପୁର ରାଜରାସ୍ତା ଉପରେ ହଠାତ୍ କିଛି ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରି ଚମ୍ପଟ ମାରିଥିଲେ ।

ନବୀନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲ ସ୍ଥାନାନ୍ତର କରିଥିଲେ । ସ୍ଥିତି ଗମ୍ଭୀର ହେବାରୁ ପରେ ବରଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାର ଖବରପାଇ ପଚରାଉଚୁରା ଜାରି ରଖିଛି ମେଲଛାମୁଣ୍ଡା ଥାନା ପୋଲିସ ।

 

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS