ଗୁଣପୁର, (୧୪/୧୧) : ଆପ୍ର : ଶିଶୁ ପ୍ରତିଭା ବିକାଶ ମଞ୍ଚ ଦ୍ଵାରା ଗୁଣପୁର ଠାରେ ଶିଶୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।
ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ଵସ୍ତିକ ଜମାଦାର , ଵକ୍ତା ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା , ସମ୍ମାନିତ ଅତିଥି ଭାବେ ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ , ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଦର୍ଶନ ଶବର ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରାଯାଇଥିଲା । ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କୁନି କୁନି ଛାତ୍ରୀ ମାନଙ୍କ ଦ୍ୱାରା ଶିଶୁ ଦିବସର ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା । କଳା , ସଂସ୍କୃତି , କ୍ରୀଡା , ଶିକ୍ଷା,ସାହିତ୍ୟ କୁ ନେଇ ଶିଶୁ ମହୋତ୍ସବ ପୂର୍ବ ପ୍ରସ୍ତୁତି ପୂର୍ବକ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ କରି ଶିଶୁ ପ୍ରତିଭା ମାନଙ୍କୁ ଚୟନ କରାଯାଇଥିଲା ।
ଏହି ମହୋତ୍ସବରେ ଓଡ଼ିଶାର ସୁନାମଧନ୍ୟ ଶିଶୁ କଳାକାର ତାପସ ଷଡ଼ଙ୍ଗୀ ଓ ଶିଶୁ କଣ୍ଠଶିଳ୍ପୀ ଅର୍ଚ୍ଚନା ରଥଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ ହୋଇଥିଲା । ଶେଷରେ ସହରର ବିଭିନ୍ନ ବିଦ୍ୟାଳୟ ଓ ନୃତ୍ୟ ଅନୁଷ୍ଠାନର କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ସମସ୍ତ ଦର୍ଶକଙ୍କୁ ବିମୋହିତ କରିଥିଲା । ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଶିଶୁ ପ୍ରତିଭା ବିକାଶ ମଞ୍ଚ ର ଆବାହକ ଶକ୍ତି ଦାସ , ସଭାପତି ଜଗନ୍ନାଥ ପଟ୍ଟନାୟକଙ୍କ ସଂଯୋଜନା ଓ ଶିଶୁ ପ୍ରତିଭା ବିକାଶ ମଞ୍ଚର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ସହଯୋଗରେ ଉତ୍ସବଟି ସମ୍ପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ତପନ ସୁନାମୁଦି ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ ।

