Dailyhunt
ଶ୍ରୀ ଶ୍ରୀ ଧବଳେଶ୍ବର ହରଗୌରୀ ଶୈବ ପୀଠ

ଶ୍ରୀ ଶ୍ରୀ ଧବଳେଶ୍ବର ହରଗୌରୀ ଶୈବ ପୀଠ

ODISHA NEWS 1 year ago

ରିପୋର୍ଟ : ଗୋପୀନାଥ ଗୌଡ଼ 
ରାୟଗଡା, (୦୪/୦୩) : ଜଙ୍ଗଲଭରା ପରିବେଶ ସାଙ୍ଗକୁ ସବୁଜ ବନାନୀ ମଧ୍ୟରେ ପୁଜା ପାଉଛନ୍ତି ଶ୍ରୀଶ୍ରୀ ଧବଳେଶ୍ଵର ହରଗୌରି ମହାଦେବ । 

ଆଜକୁ ଦୀର୍ଘ ବର୍ଷ ଧରି ଜଙ୍ଗଲ ମଧ୍ୟରେ ଥିବା ଧବଳେଶ୍ଵର ହରଗୌରି ମହାଦେବ ଲୋକ ଲଚନକୁ ଆସି ନ ଥିଲା । ରାୟଗଡା ଜିଲ୍ଲାର ଏରକୁବାଡ଼ି ଗ୍ରାମ ପଞ୍ଚାୟତ ସରପଂଚ ଶ୍ରୀ କାମେଶ୍ୱର୍ ତାଡ଼ିଙ୍ଗି ଏବଂ ସଭାପତି ଶ୍ରୀ ଖଗେଶ୍ବର ସିଂ ଙ୍କ ମିଳିତ ଉଦ୍ୟମ ଏବଂ ଗ୍ରାମବାସି ମାନଙ୍କ ସହୋଯୋଗ ଦ୍ଵାରା ଚଳିତ ବର୍ଷ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି ଶିବରାତ୍ର । ଶ୍ରୀ ଚୈତନ୍ୟ ରାମଜି ନାମ ସଙ୍କୀର୍ତ୍ତନର ଶୁଭାରମ୍ଭ କରିଥିଲେ । ଶେଷଖାଲ ଥାନା ଆଇ.ଆଇ.ସି ଶ୍ରୀମତୀ ମୁନି ଆଚାରି ଧବେଲେଶ୍ୱର୍ ମନ୍ଦିରରେ ପୁଜା କରି ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଏହି ଅବସର ରେ ଅଷ୍ଟପ୍ରହରୀ ନାମ ଯଜ୍ଞରେ ପ୍ରାୟ ୧୮ଗୋଟି ସଂକୀର୍ତ୍ତନ ଦଳ  ଯୋଗ ଦେଇଥିଲେ । ଉକ୍ତ ଅଞ୍ଚଳରେ ହରି ନାମ ନାମ ସଂକୀର୍ତ୍ତନ ଦ୍ୱାରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । 

ସୁଦୂର ଗଞ୍ଜାମ ଜିଲ୍ଲାରୁ ଆସିଥିବା ନାଟକ "ସୁଭଦ୍ରା ମାଗୁଛି ଶଙ୍ଖା ସିନ୍ଦୂର" ନାଟକ ଦୁଇଦିନ ଧରି ଚାଲିଥିଲା। ମାତୃ ମଣ୍ଡଳୀ ଦ୍ଵାରା ମନ୍ଦିରକୁ ଆସୁଥିବା ଭକ୍ତ ଙ୍କ ପାଇଁ ଅନ୍ନ ପ୍ରସାଦ ବିତରଣ ବ୍ୟବସ୍ଥା ହୋଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟି ରଖି ଶେଷଖାଲ ଥାନା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏକ ପ୍ଲାଟୁନ ଫୋର୍ସ ମୁତୟନ ଥିଲେ । ୨୪ତାରିଖ ଠାରୁ ୨୮ତାରିଖ ପର୍ୟ୍ୟନ୍ତ ଗ୍ରାମବାସିମାନେ ଭକ୍ତି ଭାବରେ ନିଜକୁ ହଜାଇ ଦେଇଥିଲେ । ପ୍ରଥମ ଥର ପାଇଁ ହୋଇଥିବା ଶିବରାତ୍ରି ଜାଗର, ନାଟକ ଏବଂ ହରିନାମ ସଂକୀର୍ତ୍ତନ ହେଉଥିବା ହେତୁ ସ୍ଥାନୀୟ ଅଞ୍ଚଳରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଥିଲା । 

କମିଟି ସଭାପତି ଖଗେଶ୍ବର ସିଂ ଙ୍କ ତତ୍ୱାବୋଧନ ଏବଂ କାମେଶ୍ୱର ତାଡ଼ିଙ୍ଗି ଙ୍କ ନିର୍ଦ୍ଧେଶ ଓ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରି ସଫଳତାର ସହ ସମାପନ ହୋଇଥିଲା ଜାଗର ଯାତ୍ରା। ସୁଲାରାଓ କଣ୍ଡାଗିରି, ଦୟାନିଧି କଣ୍ଡାଗିରୀ, ସାବା ମେଲେକା, ଶଙ୍କର ରାଓ, ନାଗ ଭୂଷଣ କଣ୍ଡାଗୀରି ଏବଂ ୧୨ଜଣ ୱାର୍ଡ ମେମ୍ବର ଙ୍କ ସମ୍ପୂର୍ଣ୍ଣ ସହୋଜଗ ରହିଥିଲା। ଗ୍ରାମର ମାତୃ ମଣ୍ଡଳୀ ମନ୍ଦିର ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦ ଓ ପାନୀୟ ଜଳର ବ୍ୟବସ୍ଥା କରିଥିଲେ । ଗ୍ରାମ ର ଯୁବପିଢି ମାନେ ଦ୍ଵାରା ସ୍ୱଚ୍ଛତା ଓ ସୁରକ୍ଷା ନିୟମ କଡାକଡି ଭାବେ ପାଳନ କରିଥିଲେ । ଶେଷରେ ଶ୍ରୀ ଚୈତନ୍ୟ ରାମଜି ନିଶା ଠାରୁ ସମସ୍ତେ ଦୂରେଇ ରହିବାକୁ ଅ ସୁସ୍ଥ ରହିବା ପାଇଁ ଅନୁରୋଧ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS