ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ ଗୁଣପୁର, (୧୪/୨) : ଆଜି ଗୁଣପୁର ମହାବିଦ୍ୟାଳୟ ପରିସରରେ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶଶୀ ଭୂଷଣ ମହାନ୍ତିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ସୁପରିଟେନଡ଼େଣ୍ଟ ଡ଼କ୍ଟର ପ୍ରଦୀପ କୁମାର ପଣ୍ଡା ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ତମାଖୁ ସେବନର କୁ ପ୍ରଭାବ ଓ ପରିବାରର ଅର୍ଥନୈତିକ ଉପାର୍ଜନ ଉପରେ ତାର ପ୍ରଭାବ ବିଷୟରେ ମାର୍ଗଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମ ଜାତୀୟ ସେବା ଯୋଜନା,ଏନ.ସି.ସି ଓ ଯୁବ ରେଡ଼କ୍ରସ ଦ୍ବାରା ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମ ଅଧିକାରିଣୀ ସୁଶ୍ରୀ ରଂଜୁମା ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଆଇ.କ୍ୟୁଏ.ସି ସଂଯୋଜକ ଶ୍ରୀ ଅମୀୟ ରଂଜନ ମହାନ୍ତି ଏହି ସଚେତନତା କାର୍ଯ୍ୟକ୍ରମର ବାର୍ତ୍ତା ନେଇ ସମସ୍ତଙ୍କୁ ସଚେତନତା କରିବା ପାଇଁ ଉପସ୍ଥିତି ଛାତ୍ର ଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । .ଅଧ୍ୟାପକ ଲକ୍ଷ୍ମଣ ଶବର ଓ ଚନ୍ଦନ କୁମାର ଦାଶ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।