ପାପଡ଼ାହାଣ୍ଡି, (୨୩/୧୦) : ଆପ୍ର : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ସିରସୀ ଗ୍ରାମପଞ୍ଚାୟତର ପାଳପୁର କଦମଗୁଡ଼ା ଗ୍ରାମରେ ଟାଙ୍ଗିଆ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।
ମୃତକ ହେଉଛନ୍ତି ନବରଙ୍ଗପୁର ବ୍ଲକ ବିକ୍ରମପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିଗୁଡ଼ା ଗ୍ରାମର ମୁଣ୍ଡରା ପୂଜାରୀ (୬୦) । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ତାଙ୍କ ପରିବାର ଲୋକେ ବାନ୍ଧି ରଖିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁଯାୟୀ, ମୁଣ୍ଡରା ପୂଜାରୀ ପାପଡ଼ାହାଣ୍ଡି ବ୍ଲକ ପାଳପୁର କଦମଗୁଡ଼ା ଗ୍ରାମରେ ନିଜ ଶ୍ୱଶୁର ଘରେ ରହୁଥିଲେ । ଆଜି ସକାଳେ ସେ ଘର ନିକଟରେ ଥିବା ବାରିପଟ ଜାଗା ସଫା କରୁଥିଲେ । ଏହି ସମୟରେ ସେହି ଗ୍ରାମର ଉଦୟନାଥ ଅମନାତ୍ୟ (ଶୁକ୍ରୁ) ଏକ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । .
ମୁଣ୍ଡରାଙ୍କ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ଓ ବୋହୂ ଘଟଣାସ୍ଥଳକୁ ଆସିଥିଲେ ।
ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି ।

