Dailyhunt
ତାରା ତାରିଣୀ ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ତାରା ତାରିଣୀ ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ODISHA NEWS 1 year ago

ରିପୋର୍ଟ : ଶୁଭଙ୍କର ଦାଶ 
ପୁରୁଷୋତ୍ତମପୁର, (୦୧/୦୨) : ପୁରୁଷୋତ୍ତମପୁର ସହରସ୍ଥିତ ତାରା ତାରିଣୀ ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ସ୍ୱପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । 

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ପ୍ରଶାସନିକ ବିଭାଗ ମୁଖ୍ୟ ତଥା ଗୃହ ବିଜ୍ଞାନ ବିଭାଗ ମୁଖ୍ୟ ଡ଼. ସନ୍ଧ୍ୟାରାଣୀ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭାପତିତ୍ବ କରିଥିଲେ ଏବଂ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଶିକ୍ଷା ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ମୀନକେତନ ନାହାକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳା ଜ୍ଞାନ ସମ୍ବନ୍ଧ ରେ ଆଲୋକପାତ କରିଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ଏନ୍.

ମୋହନ ସବୁଜ ବିପ୍ଳବ ଓ ଆଲୋଚନା ଚକ୍ର ସମ୍ବନ୍ଧ ରେ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡ଼. ସୁଧାଂଶୁ ଶେଖର ମିଶ୍ର, ଅଧ୍ୟାପିକା ପ୍ରିୟଙ୍କା ମିଶ୍ର, ଚାନ୍ଦିନୀ ପାତ୍ର ଓ ଋତୁପର୍ଣ୍ଣା ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀମାନେ ନିଜ ନିଜର ଅଭିଜ୍ଞତା ସହ ବକ୍ତବ୍ୟ ପ୍ରଦାନ କରିଥିଲେ । 

ପୂର୍ବରୁ ଅନୁଷ୍ଠିତ ଅଧ୍ୟୟନ ଯାତ୍ରା କୁ ସଫଳ ରୂପେ ପରିଚାଳନା କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ସେମିନାର ସେକ୍ରେଟାରୀ ରୁଦ୍ର ପ୍ରସାଦ ସାହୁ ଆଲୋଚନା ଚକ୍ର ବିବରଣୀ ପାଠ କରିଥିଲେ। ଆଜିର ଏହି ଆଲୋଚନା ଚକ୍ରର ବିଷୟବସ୍ତୁ "ଟ୍ରାନ୍ସଜେନିକ୍ ପ୍ଲାଣ୍ଟ" ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷ ର ଛାତ୍ରୀ ସମୀକା ଗୌଡ଼ ପାୱାର ପଏଣ୍ଟ୍ ମାଧ୍ୟମରେ ଉପସ୍ଥାପନା କରିଥିଲେ। ଅଧ୍ୟାପକ ସୁଧାଂଶୁ ଶେଖର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS