ସୁବର୍ଣ୍ଣପୁର, (୨୦/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଳି ଫାଣ୍ଡି ଅନ୍ତର୍ଗତ ଘୋଡାଧାର ସ୍କୁଲ ସମ୍ମୁଖରେ ଅଜି ଦିନପ୍ରାୟ ୧୦.୧୫ ମିନିଟ ସମୟରେ ବିନିକା ପଟରୁ ଆଶୁଥିବ ଦ୍ରୁତଗାମୀ ଟ୍ରକ ଅଙ୍ଗନବାଡ଼ି କର୍ମୀ ଗାୟତ୍ରୀ ପୂଜାହାରୀ (୫୦) ଧକ୍କା ଦେବାରୁ ସେ କିଛିଦୁର ରାସ୍ତାରୁ ଛିଟିକି ପଡ଼ିଥିଲେ ।
ପ୍ରତ୍ୟେକ ଦିନ ଭଳି ସ୍କୁଲ ପରିସରରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଘଟଣା ଘଟାଇ ଘଟଣା ସ୍ଥଳରୁ ଟ୍ରକକି ଫେରାର ହୋଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଅଙ୍ଗନଓ୍ଵାଡି କୀର୍ମ ଙ୍କୁ ଉଦ୍ଧାର କରିବା ସହ ଆମ୍ବୂଳେନସରେ ସୋନପୁର ହସ୍ପିଟାଲ କୁ ପଠାଇଥିଲେ ।ସେଠାରେ ଡ଼ାକ୍ତର ଗାୟତ୍ରୀ ଙ୍କୁ ମୃତ ଘୋଷଣା କରିଥିଲେ ।

