Dailyhunt
ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ

ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କର ମୃତ୍ୟୁ

ODISHA NEWS 1 year ago

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 
କାମାକ୍ଷାନଗର, (୨୫/୦୨) : କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଛକ ଠାରେ ସୋମବାର ବିଳମ୍ବିତ ରାତିରେ ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । 

ବାଙ୍ଗୁରା ଗ୍ରାମର ଅଚ୍ୟୁତାନନ୍ଦ ନାଏକଙ୍କ ପୁଅ ଆଲୋକ ନାଏକ (୨୪) ଆମ୍ବୁଲାନ୍ସ ସେବାରେ କାର୍ଯ୍ୟରତ ଥିବାବେଳେ କର୍ତ୍ତବ୍ୟ ସାରି ସହଯୋଗୀ ଦୀନବନ୍ଧୁ ନାଏକଙ୍କ ସହିତ ଏକ ବାଇକରେ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ଫେରିବା ସମୟରେ ବାଉଁଶପାଳ ଛକଠାରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଆଲୋକଙ୍କର ମୃତ୍ୟୁ ହୋଇଛି । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ପରେ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS