Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଟ୍ରଲର ଧକ୍କାରେ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ

ଟ୍ରଲର ଧକ୍କାରେ ସିଆରପିଏଫ୍ ଯବାନଙ୍କ ମୃତ୍ୟୁ

ODISHA NEWS 37 mins ago

କାମାକ୍ଷାନଗର, (୨୨/୧୧) : ଆପ୍ର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବାଇଶିଙ୍ଗା ନିକଟରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । 

ଟ୍ରଲର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ତୁମୁସିଂହା ଥାନା ଅନ୍ତର୍ଗତ ରଗଡ଼ିପଡ଼ା ଗ୍ରାମର ଅନ୍ତର୍ଯ୍ୟାମୀ ନାୟକଙ୍କ ୩୫ ବର୍ଷୀୟ ପୁଅ ଅନିଲ ନାୟକ । ସୂଚନା ଅନୁଯାୟୀ, ଅନିଲ ନିଜ ବାଇକ୍ ଯୋଗେ ବାଇଶିଙ୍ଗା ଅଭିମୁଖେ ଯାଉଥିବା ସମୟରେ ଭୁବନ ଦିଗରୁ ଆସୁଥିବା ଏକ ଟ୍ରଲର ତାଙ୍କ ବାଇକ୍‌କୁ ସମ୍ମୁଖରୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତାରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ନିକଟରେ ଥିବା ଗ୍ରାମବାସୀ ତୁରନ୍ତ ତାଙ୍କୁ ଜରୁରୀକାଳୀନ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ।

ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନିଲ ସିଆରପିଏଫ୍‌ରେ କାର୍ଯ୍ୟରତ ଥିଲେ । ଜଣେ ଯବାନଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ତାଙ୍କ ଜନ୍ମମାଟି ରଗଡ଼ିପଡ଼ା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।



Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS