*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ନିମୋନିଆ ଦିବସ ପାଳିତ*
ପାରଳାଖେମୁଣ୍ଡି (ରାଜେନ୍ଦ୍ର କୁମାର ରଥଙ୍କ ରିପୋର୍ଟ):-ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ସେଞ୍ଚୁରିଅନ୍ ୟୁନିଭରସିଟିର ସ୍କୁଲ୍ ଅଫ୍ ନର୍ସିଂ ପକ୍ଷରୁ ବିଶ୍ୱ ନିମୋନିଆ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବି.ଏସ୍.ସି. ନର୍ସିଂ ତୃତୀୟ ସେମିଷ୍ଟରର ଛାତ୍ରଛାତ୍ରୀମାନେ ଅଧ୍ୟାପିକା ମଧୁଛନ୍ଦା ଓ ଶ୍ୱେତାଙ୍କ ମାର୍ଗଦର୍ଶନରେ ରୋଗୀ, ସମ୍ପର୍କୀୟ ଓ ସାଧାରଣ ଜନତାଙ୍କୁ ନିମୋନିଆର କାରଣ, ଲକ୍ଷଣ, ପ୍ରତିରୋଧ ଓ ଚିକିତ୍ସା ସମ୍ପର୍କରେ ସଚେତନ କରାଇଥିଲେ।କାଶ, ଜ୍ୱର, ଛାତି ଯନ୍ତ୍ରଣା ଓ ଶ୍ୱାସକଷ୍ଟ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବାକୁ ପରାମର୍ଶ ଦିଆଯାଇଥିଲା। ଏଥିସହ ନିୟମିତ ହାତ ଧୋଇବା, ପୁଷ୍ଟିକର ଖାଦ୍ୟ ଗ୍ରହଣ, ତମାଖୁ ଧୂଆଁଠାରୁ ଦୂରେଇ ରହିବା ଓ ଟୀକାକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।ବିଶେଷକରି ଶିଶୁ, ବୟସ୍କ ଓ ଦୁର୍ବଳ ପ୍ରତିରୋଧକ କ୍ଷମତା ଥିବା ବ୍ୟକ୍ତିଙ୍କ ପାଇଁ ନିମୋନିଆ ଅଧିକ ବିପଦଜନକ ହୋଇଥିବାରୁ ଏହାର ଶୀଘ୍ର ଚିହ୍ନଟ ଓ ସମୟୋଚିତ ଚିକିତ୍ସାର ଆବଶ୍ୟକତା ସମ୍ପର୍କରେ ବୁଝାଯାଇଥିଲା।