menu
KANAK NEWSନ୍ୟୁଜ

କୁନ୍ଦୁଲି ପୀଡିତାଙ୍କ ଦୃମ୍ଭୋକ୍ତି ! କହିଲେ, ମିଛ କହିଥିଲେ ଫାଶୀଦିଅ

30 December 2017, 10:34 am

କନକ ବ୍ୟୁରୋ : ମୁଁ ଯଦି ମିଛ କହୁଥିବି ତେବେ ମୋତେ ଫାଶି ଦିଆଯାଉ । ଜନଶୁଣାଣିରେ ଏପରି ଦମ୍ଭୋକ୍ତି କରିଛନ୍ତି କୁନ୍ଦୁଲି ପୀଡିତା । ସିଭିଲ୍ ସୋସାଇଟି ପକ୍ଷରୁ ଭୁବନେଶ୍ୱର ଲୋହିଆ ଏକାଡେମୀରେ ଆୟୋଜିତ ଜନଶୁଣାଣିରେ କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତା ଛାତ୍ରୀ ନିଜ ଦୁଃଖ କହିଛନ୍ତି । କୁନ୍ଦୁଲି ବଜାରରୁ ଫେରିବା ବେଳେ ତିନି ଜଣ ଯବାନ ବାଟରୁ ଟେକି ନେଇ ତାଙ୍କୁ ଦୁଷ୍କର୍ମ କରିଥିଲେ । କିନ୍ତୁ ସେ ମେଡିକାଲରେ ଥିବା ବେଳେ ତାଙ୍କ ଉପରେ ଚାପ ପକାଯାଇଥିଲା ।

ପୋଲିସ ଦୁଷ୍କର୍ମ କରିନାହିଁ ବୋଲି କହିବାକୁ ଟଙ୍କା ମଧ୍ୟ ଯାଚିଥିଲେ ବୋଲି କହିଛନ୍ତି ପୀଡିତା । ତେବେ ଏଥିରେ ରାଜି ନହେବାରୁ ଏବେ ମଧ୍ୟ ତାଙ୍କୁ ଓ ପରିବାର ଲୋକଙ୍କୁ ଧମକ ଦିଆଯାଉଛି ।

No Internet connection

Link Copied