Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୬ରେ ବାତ୍ୟା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୬ରେ ବାତ୍ୟା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସମ୍ଭାବନା । ଦକ୍ଷିଣ ଓଡ଼ିଶା ଉପରେ ରହିପାରେ ପ୍ରଭାବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଶକ୍ତିଶାଳୀ ହେବ। ପାଣିପାଗ ବିଜ୍ଞାନୀ ତଥା ବିଭିନ୍ନ ଗ୍ଲୋବାଲ ମଡେଲର ଆକଳନ ଅନୁଯାୟୀ, ଏହି ସିଷ୍ଟମ ଆଗାମୀ କିଛି ଦିନ ମଧ୍ୟରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ।

୨୪ ଅକ୍ଟୋବରରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଆହୁରି ସକ୍ରିୟ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ।

ସମୁଦ୍ର ମଧ୍ୟରେ ଅନୁକୂଳ ପରିବେଶ ପାଇ ଏହା କ୍ରମଶଃ ୨୬ ଅକ୍ଟୋବରରେ ବାତ୍ୟା ରୂପ ନେଇପାରେ । ୨୭-୨୮ ଅକ୍ଟୋବର ବେଳକୁ ଆହୁରି ଘନୀଭୂତ ହୋଇ ଏହା ଏକ ଭୀଷଣ ବାତ୍ୟା ରେ ପରିଣତ ହେବା ସହ ଉପକୂଳ ମୁହାଁ ହେବ । ଆକଳନ ହେଉଛି ଏହି ବାତ୍ୟା ଆସନ୍ତା ୨୮ ଅକ୍ଟୋବର ବେଳକୁ ଆନ୍ଧ୍ରପ୍ରଦେଶର ଉପକୂଳ ଅତିକ୍ରମ କରିପାରେ । ଉପକୂଳ ଛୁଇଁବା ପରେ ଏହି ସିଷ୍ଟମ ଆଭ୍ୟନ୍ତରୀଣ ଭାଗକୁ ଗତି କରି ଦକ୍ଷିଣ ଓଡ଼ିଶାର ସୀମାନ୍ତ ଅଞ୍ଚଳ ଦେଇ ଅଗ୍ରସର ହେବାର ଆଶଙ୍କା ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Ama TV Khabar