Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କଦଳୀ ଖାଇବା ପୂର୍ବରୁ ସାବଧାନ! ଏହି ସମସ୍ୟା ଥିଲେ ବଢ଼ିପାରେ ଅସୁବିଧା

କଦଳୀ ଖାଇବା ପୂର୍ବରୁ ସାବଧାନ! ଏହି ସମସ୍ୟା ଥିଲେ ବଢ଼ିପାରେ ଅସୁବିଧା

ସୁସ୍ଥ ଶରୀର ପାଇଁ ଆମେ ଅନେକ ପ୍ରକାର ପନିପରିବା ଏବଂ ଫଳମୂଳ ଆଦି ଖାଇଥାଉ । ସେଥି ମଧ୍ୟରୁ କଦଳୀ ହେଉଛି ଅନ୍ୟତମ । କଦଳୀକୁ ଆମ ଶରୀର ପାଇଁ ଲାଭଦାୟକ ମାନାଯାଇଥାଏ । ଏହା ସମସ୍ତଙ୍କୁ ଯେତିକି ସ୍ବାଦିଷ୍ଟ ଲାଗେ ଦେହ ପାଇଁ ହିତକର ହୋଇଥାଏ । ଯାହା ସବୁ ଋତୁରେ ସହଜରେ ଏବଂ ସୁଲଭ ମୁଲ୍ୟରେ ମିଳିଯାଇଥାଏ । କଦଳୀରେ ଭିଟାମିନଠାରୁ ଆରମ୍ଭ କରି ଅନ୍ୟାନ୍ୟ ପୋଷକ ତତ୍ତ୍ବ ଭରପୁର ମାତ୍ରାରେ ଥାଏ ।

ଯାହା ଖାଇବା ଦ୍ବାରା ଶରୀରରେ ଅନେକ ଭଲ ପ୍ରଭାବ ପକାଇଥାଏ । ବିପି ନିୟନ୍ତ୍ରଣ କରିବାରେ କଦଳୀ ସାହାଯ୍ୟ କରିଥାଏ । ତା ସହିତ ଓଜନ ବୃଦ୍ଧି କରିବାରେ ମଧ୍ୟ ସହାୟକ କରିଥାଏ । ସଠିକ୍ ଉପାୟରେ ଖାଇବା ଦ୍ବାରା ଏହା ସମ୍ପୂର୍ଣ୍ଣ ରୂପେ ଫଳପ୍ରଦ ହୋଇଥାଏ ।

କଦଳୀ ସବୁ ଋତୁରେ ସହଜରେ ଉପଲବ୍ଧ ହେଉଥିବା ଏକ ଫଳ । ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାର ସ୍ୱାଦ ଉପଭୋଗ କରନ୍ତି । କଦଳୀକୁ ଭୋକ ମେଣ୍ଟାଇବା ଏବଂ ଶକ୍ତି ପ୍ରଦାନ କରିବା ପାଇଁ ଏକ ଭଲ ଫଳ ଭାବରେ ବିବେଚନା କରାଯାଏ । କଦଳୀ ଏମିତି ଏକ ଫଳ, ଯାହାକୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ମନେ କରାଯାଏ। ଏଥିରେ ଭରପୂର ପୋଷକତତ୍ତ୍ୱ, ପୋଟାସିୟମ୍ ଓ ଫାଇବର୍ ରହିଥାଏ । କିନ୍ତୁ ଆପଣ ଜାଣନ୍ତି କି, ସମସ୍ତଙ୍କ ପାଇଁ କଦଳୀ ଖାଇବା ଲାଭଦାୟକ ନୁହେଁ? କିଛି ଲୋକଙ୍କ ପାଇଁ ଏହା ସମସ୍ୟା ବଢ଼ାଇପାରେ। ତେବେ ଆସନ୍ତୁ ଜାଣିବା, କେଉଁମାନେ କଦଳୀ ଖାଇବାରୁ ଦୂରେଇ ରହିବା ଉଚିତ୍।

ପ୍ରଥମେ ଆସୁଛନ୍ତି ଡାଇବେଟିସ୍ ରୋଗୀ । କଦଳୀରେ ପ୍ରାକୃତିକ ଶର୍କରା ଅଧିକ ଥିବାରୁ ଅଧିକ ପରିମାଣରେ ଖାଇଲେ ରକ୍ତରେ ଶର୍କରା ସ୍ତର ବଢ଼ିପାରେ । ତେଣୁ ମଧୁମେହ ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କଦଳୀ ଖାଇବା ଉଚିତ୍ ।

ଦ୍ୱିତୀୟରେ ରହିଛନ୍ତି କିଡନୀ ସମସ୍ୟା ଥିବା ବ୍ୟକ୍ତି । କଦଳୀରେ ପୋଟାସିୟମ୍ ପରିମାଣ ଅଧିକ ଥାଏ । କିଡନୀ ଠିକ୍ ଭାବେ କାମ ନକଲେ ଶରୀରରେ ପୋଟାସିୟମ୍ ବଢ଼ି ସମସ୍ୟା ସୃଷ୍ଟି କରିପାରେ ।

ଯେଉଁମାନଙ୍କର ଆଲର୍ଜି କିମ୍ବା ପାଚନ ସମସ୍ୟା ରହିଛି, ସେମାନେ ମଧ୍ୟ ସାବଧାନ ରହିବା ଆବଶ୍ୟକ । କିଛି ଲୋକଙ୍କଠାରେ କଦଳୀ ଖାଇବା ପରେ ପେଟ ଫୁଲିବା, ଗ୍ୟାସ୍ କିମ୍ବା ଅସୁବିଧା ଦେଖାଦେଇପାରେ ।

ଏହା ସହିତ, ଯେଉଁମାନେ ଓଜନ କମାଇବା ପାଇଁ ଡାଏଟ୍ ଫଲୋ କରୁଛନ୍ତି, ସେମାନେ ମଧ୍ୟ କଦଳୀର ପରିମାଣ ଉପରେ ଧ୍ୟାନ ଦେବା ଉଚିତ୍ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Ama TV Khabar