Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କମିଲା ତାତି, ୬ ଯାଏ କାଳବୈଶାଖୀ

କମିଲା ତାତି, ୬ ଯାଏ କାଳବୈଶାଖୀ

ଶ୍ଚିମ ଓଡ଼ିଶାର ଜିଲା ଗୁଡ଼ିକରେ ସର୍ବାଧିକ ତାପମାତ୍ରା ୪୪ରୁ ୪୫ଡିଗ୍ରୀ ରହୁଥିଲା। କିନ୍ତୁ କାଳବୈଶାଖୀ ପ୍ରଭାବ ହେତୁ ପଶ୍ଚିମରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଝାରସୁଗୁଡ଼ାରେ ପାରଦ ୪୫ ଡିଗ୍ରୀ ଉପରେ ରହୁଥିବାବେଳେ ଶନିବାର ୩୭ ଡିଗ୍ରୀକୁ ଖସି ଆସିଛି। ସମ୍ବଲପୁର, ହୀରାକୁଦ ଏବଂ ବୌଦ୍ଧ ଜିଲାକୁ ଛାଡ଼ି ଦେଲେ ବାକି ସବୁଠି ଦିନ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଜୁନ୍ ୬ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। କେତେକ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଶନିବାର ସମ୍ବଲପୁରରେ ଦିନ ତାପମାତ୍ରା ୪୧.୪ ଡିଗ୍ରୀ ଥିବାବେଳେ ବୌଦ୍ଧରେ ୪୧.୨, ହୀରାକୁଦରେ ୪୦.୪, ଭୁବନେଶ୍ବରରେ ୩୭.୬, କଟକରେ ୩୫ ଡିଗ୍ରୀ ରହିଥିଲା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବାଧିକ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି।

ପରବର୍ତ୍ତୀ ଦୁଇଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବନାହିଁ।ତା' ପରେ ପାରଦ ଉପରମୁହଁା ହେବ ଏବଂ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ବାଲେଶ୍ବର, ଚାନ୍ଦବାଲି, ପାରାଦ୍ବୀପ, କେନ୍ଦୁଝର, ଭବାନୀପାଟଣା, ଜଗତସିଂହପୁର ଏବଂ ରାଉରକେଲାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼ ଓ ଗଞ୍ଜାମ ଜିଲାକୁ କାଳବୈଶାଖୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲାକୁ କାଳବୈଶାଖୀ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Ama TV Khabar