Dailyhunt
କାଙ୍ଗୁଲା'ର ଯାଦୁ: ଦଣ୍ଡକାଳୀ ପରମ୍ପରାରେ ମୋହିତ ଦର୍ଶକ

କାଙ୍ଗୁଲା'ର ଯାଦୁ: ଦଣ୍ଡକାଳୀ ପରମ୍ପରାରେ ମୋହିତ ଦର୍ଶକ

ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ‘କାଙ୍ଗୁଲା’ । ଆସ୍ଥା, ବିଶ୍ୱାସ ଓ ପରମ୍ପରାର ଭିନ୍ନ କାହାଣୀ ସହ ମା’ କାଳୀଙ୍କ ଦଣ୍ଡନାଚକୁ ନେଇ ଏହି ଚଳଚ୍ଚିତ୍ରଟି ଗତିଶୀଳ ହୋଇଛି । ଅନୁଗୋଳର କାଙ୍ଗୁଲା ଗାଁର ମା’ କାଳୀଙ୍କ ପ୍ରସିଦ୍ଧ ମେରୁଯାତ୍ରାର ସୁନ୍ଦର ଏକ ନୃତ୍ୟ ପରମ୍ପରାକୁ ଏଥିରେ ଚିତ୍ରିତ କରାଯାଇଥିବା ବେଳେ ଦକ୍ଷିଣ ଓଡ଼ିଶାର ଦଣ୍ଡ ନାଚକୁ ଏଥିରେ ବେଶ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି, ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି।ଗତ ୨୪ ତାରିଖରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିବା ବେଳେ ସବୁଠି ସିନେମାକୁ ଭଲପାଇବା ମିଳୁଛି ।

ବିଶେଷ କରି ଦଣ୍ଡକାଳୀଙ୍କ ଦଣ୍ଡ ନାଚ ଓ କାଙ୍ଗୁଲା ଗାଁର ମା’ କାଳୀଙ୍କ କାହାଣୀକୁ ଏହା ଚଳଚ୍ଚିତ୍ରରେ ଆଗକୁ ବଢ଼ିଛି । କଳାକାରମାନଙ୍କ ନିଖୁଣ ଅଭିନୟ ସମସ୍ତଙ୍କ ମନକୁ ଛୁଇଁଛୁ ବୋଲି ଦର୍ଶକ କହିଛନ୍ତି । ଏହାସହ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନେତା ସମ୍ବିତ ଆଚାର୍ଯ୍ୟଙ୍କ ନିଖୁଣ ଅଭିନୟ ଲୋକଙ୍କ ବେଶ ବାନ୍ଧି ରଖୁଛି ।

ତେବେ ବିଶ୍ୱାସ, ପରମ୍ପରା ଓ ଆଧ୍ୟାତ୍ମିକ ଭାବନାକୁ ନେଇ ଚଳଚ୍ଚିତ୍ର ଗତିଶୀଳ ହୋଇଥିବା ବେଳେ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି
ସମ୍ବିତ ଓ ସୂର୍ଯ୍ୟମୟୀଙ୍କ ସହ ଅଭିଷେକ ଗିରି, ସୁଶାନ୍ତ ଦାସ ମହାପାତ୍ର, ଶ୍ରୀତମ ଦାସ, ପୁପିନ୍ଦର, ନବପ୍ରୀତ, ପ୍ରଦ୍ୟୁମ୍ନ ଲେଙ୍କା, ଚେତନା, ନମ୍ରତା ଦାସ (ଡଲି ଅପା) ଓ ଭକ୍ତି ପ୍ରମୁଖ ।ଏଥିସହ ନିର୍ଦ୍ଦେଶକ ତଥା ଅଭିନେତା ଅଶ୍ୱିନୀ ତ୍ରିପାଠୀ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । କାହାଣୀ ଓ ଚିତ୍ରନାଟ୍ୟରେ ଅଛନ୍ତି ଅମିତ କୁମାର ଦାସ । ଚଳଚ୍ଚିତ୍ରଟି ସତ୍ୟନାରାୟଣ ପ୍ରଡକ୍ସନ ଓ ସମ୍ବିତ ଆଚାର୍ଯ୍ୟ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଅଭିନେତା ସହ ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ସମ୍ବିତ । ଗୀତକୁ ସଂଗୀତରେ ସଜାଇବା ଓ ଶବ୍ଦ ସଂଯୋଜନା କରିଛନ୍ତି ବୈଦ୍ୟନାଥ ଦାସ, ଜେଏନ ପଦ୍ମା ଓ ସୁମିତ ଦୀକ୍ଷିତ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Ama TV Khabar