Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଖୁବଶିଘ୍ର ଭୁବନେଶ୍ବରରେ ଖୋଲିବ ସେବି ଅଫିସ

ଖୁବଶିଘ୍ର ଭୁବନେଶ୍ବରରେ ଖୋଲିବ ସେବି ଅଫିସ

ଖୁବଶିଘ୍ର ଓଡିଶାର ସେବି ବା ଷ୍ଟକ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ର ଏକ ଶାଖା ଖୋଲିବ। ଏହା ଭୁବନେଶ୍ବରରେ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ସେବି ର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ। ସୋମବାରରେ ଭୁବନେଶ୍ବରରେ ଆୟୋଜିତ ଆସୋସିଏସନ ଅଫ ମ୍ୟୁଚୁୟାଲ ଫଣ୍ଡ ଅଫ ଇଣ୍ଡିଆର ଏକ ସଭାରେ ସେ ଏହି ଘୋଷଣା କରିଛନ୍ତି।

ସେବି ର ଯାହା କାର୍ଯ୍ୟ କୋଲକାତା ଓ ମୁମ୍ବାଇରେ କରିବାକୁ ପଡୁଥିଲା ତାହା ଭୁବନେଶ୍ବରରେ ହେବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ବର୍ତ୍ତମାନ ମ୍ୟୁଚୁୟାଲ ଫଣ୍ଡର ଗୁରୁତ୍ବ ବଢିବାରେ ଲାଗିଛି। ପୂର୍ବରେ ଏହା ଦଶ ଲକ୍ଷ କୋଟି ଟଙ୍କାର କାରାବାର ଥିଲା। ହେଲେ ବର୍ତ୍ତମାନ ଏହି ବୃଦ୍ଧି ପାଇ 82 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ମ୍ୟୁନିସପାଲିଟି ବଣ୍ଡର ଚାହିଦା ମଧ୍ୟ ବଢିବାରେ ଲାଗିଛି। ବିଭିନ୍ନ ରାଜ୍ୟର ମ୍ୟୁନିସପାଲିଟି ତରଫରୁ ବଣ୍ଡ ଜାରୀ କରାଯାଇ 4500 କୋଟି ଟଙ୍କା ସଂଗ୍ରହ କରିପାରିଛନ୍ତି। ବର୍ତ୍ତମାନ ଦେଶର 22 ଟି ସହରାଞ୍ଚଳର 33ଟି ମ୍ୟୁନିସପାଲଟିରେ ଏହି ବଣ୍ଡ ପ୍ରଚଳିତ ହୋଇଛି। ଓଡିଶାରେ ମଧ୍ୟ ଏହା ଲାଗୁ କରିବା ପାଇଁ ସରକାର ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି ଶ୍ରୀ ପାଣ୍ଡେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Ama TV Khabar